ଓଡିଶା

odisha

ETV Bharat / bharat

କୋଭିଡ ଆକ୍ରାନ୍ତଙ୍କ ମାନସିକ ଚାପ ଦୂର କରୁଛି ବଂଶୀ ସ୍ବର - କୋରୋନା

ମୁଲୁଣ୍ଡର ଜଣେ ପୋଲିସ କର୍ମୀ କୋଭିଡ ହସ୍ପିଟାଲରେ କୋରୋନା ରୋଗୀଙ୍କ ପାଇଁ ବଂଶୀ ବଜାଉଥିବା ଦେଖିବାକୁ ମିଳିଛି । ଏହାଦ୍ବାରା ସେମାନଙ୍କର ମାନସିକ ଚାପ ହ୍ରାସ ହେବ ବୋଲି ସେ କହୁଛନ୍ତି ।

କୋଭିଡ ଆକ୍ରାନ୍ତଙ୍କ ମାନସିକ ଚାପ ଦୂର କରୁଛି ବଂଶୀ ସ୍ବର
କୋଭିଡ ଆକ୍ରାନ୍ତଙ୍କ ମାନସିକ ଚାପ ଦୂର କରୁଛି ବଂଶୀ ସ୍ବର

By

Published : Aug 12, 2020, 8:54 PM IST

ମୁମ୍ବାଇ : କୋରୋନା ସହ ଲଢେଇ ବେଳେ ଅନେକ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି । ତଥାପି ବିନା ଦ୍ବିଧାରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ଲାଗିପଡିଛନ୍ତି ସେମାନେ । ତେବେ ମହାରାଷ୍ଟ୍ରର ଜଣେ ପୋଲିସ କର୍ମୀ କୋରୋନାରେ ଆକ୍ରାନ୍ତ ହେବାପରେ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ମୁଲୁଣ୍ଡର ଜଣେ ପୋଲିସ କର୍ମୀ କୋଭିଡ ହସ୍ପିଟାଲରେ କୋରୋନା ରୋଗୀଙ୍କ ପାଇଁ ବଂଶୀ ବଜାଉଥିବା ଦେଖିବାକୁ ମିଳିଛି । ଏହା ଦ୍ବାରା ସେମାନଙ୍କର ମାନସିକ ଚାପ ହ୍ରାସ ହେବ ବୋଲି ସେ କହୁଛନ୍ତି ।

କୋଭିଡ ଆକ୍ରାନ୍ତଙ୍କ ମାନସିକ ଚାପ ଦୂର କରୁଛି ବଂଶୀ ସ୍ବର

ବିଶ୍ବବ୍ୟାପୀ ଆତଙ୍କ ରଚିଥିବା କୋରୋନା ଭାଇରସ ଶରୀର ସହ ମସ୍ତିଷ୍କରେ ମଧ୍ୟ କ୍ଷତି ପହଞ୍ଚାଉଛି। କୋରୋନାରେ ଆକ୍ରାନ୍ତ ହେବାପରେ ଅନେକ ରୋଗୀ ମାନସିକ ଚାପର ଶିକାର ହେଉଛନ୍ତି । ତେବେ ରୋଗୀଙ୍କ ମଧ୍ୟରେ ଏହି ମାନସିକ ଚାପକୁ ହ୍ରାସ କରିବା ପାଇଁ ମୁଲୁଣ୍ଡ ପୋଲିସ ଷ୍ଟେସନ ଅଧିକାରୀ ଏସ ଦେଶମୁଖ ବଂଶୀ ବଜାଉଛନ୍ତି । ତେବେ ତାଙ୍କର ଏହି ବଂଶୀ ଶବ୍ଦ ହସ୍ପିଟାଲର ରୋଗୀଙ୍କ ସମେତ ହସ୍ପିଟାଲର କର୍ମଚାରୀମାନଙ୍କୁ ମଧ୍ୟ ସାମାନ୍ୟ ଆଶ୍ବସ୍ଥି ମିଳୁଛି ।

ଦେଶମୁଖ ତାଙ୍କ କଳା ସହିତ ଡାକ୍ତରଖାନାର ରୋଗୀ ଏବଂ ଡାକ୍ତରୀ କର୍ମଚାରୀଙ୍କୁ ଆକର୍ଷିତ କରୁଛନ୍ତି। ମୁଲୁଣ୍ଡ ପୋଲିସ ଷ୍ଟେସନରେ ଡ୍ୟୁଟିରେ ଥିବା ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଏସ ଦେଶମୁଖ ଗତ 17 ଦିନ ଧରି ମୁଲୁଣ୍ଡର ଫୋର୍ଟିସ୍ ହସ୍ପିଟାଲରେ କୋରୋନା ପାଇଁ ଚିକିତ୍ସିତ ହେଉଛନ୍ତି। କିଛି ଦିନ ଆଇସିୟୁରେ ରହିବା ପରେ ଦେଶମୁଖଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଦେଶମୁଖ ରୋଗୀମାନଙ୍କ ମନୋବଳ ବଢାଇବା ସହିତ ଡାକ୍ତର, ନର୍ସ ଏବଂ ମେଡିକାଲ କର୍ମଚାରୀଙ୍କ ଚାପକୁ ହ୍ରାସ କରିବା ପାଇଁ ବଂଶୀ ବଜାଉଛନ୍ତି । ତାଙ୍କ ବଂଶୀରୁ ଆସୁଥିବା ଶବ୍ଦ ଡାକ୍ତରଖାନାର ପରିବେଶକୁ ମଧ୍ୟ ପ୍ରଫୁଲ୍ଲିତ କରୁଛି । ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କ ବଂଶୀ ବଜାଉଥିବା ସମୟର ଏକ ଭିଡିଓ ରେକର୍ଡ କରିଛନ୍ତି ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details