ଓଡିଶା

odisha

ETV Bharat / bharat

କମେଡିଆନ ଜିତିଲେ ରାଷ୍ଟ୍ରପତି ନିର୍ବାଚନ - presidency

ସୋମବାର ଜାରି ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ପରିଣାମ ଅନୁଯାୟୀ, କମେଡିଆନ ବୋଲୋଦିମୀର ଜେଲେନସ୍କୀ(୪୧) ୭୩.୨ ପ୍ରତିଶତ ଭୋଟ ହାସଲ କରିଛନ୍ତି । ସେ ବର୍ତ୍ତମାନ ୟୁକ୍ରେନର ରାଷ୍ଟ୍ରପତି ପେଟ୍ରୋ ପୋରୋଶୋଙ୍କୋଙ୍କୁ ପରାସ୍ତ କରିଛନ୍ତି । ରାଜନୈତିକ ଭୂମିକା କଥା କହିଲେ ଜେଲେନସ୍କୀ କେବଳ ମାତ୍ର ଏକ ଟିଭି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିର ଚରିତ୍ର ନିର୍ବାହ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 22, 2019, 9:07 PM IST

ନୂଆଦିଲ୍ଲୀ: ଗୋଟିଏ ଦେଶକୁ ନିୟନ୍ତ୍ରିତ କରିବେ ଜଣେ କମେଡିଆନ। ୟୁକ୍ରେନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି କମେଡିଆନ ବୋଲୋଦିମୀର ଜେଲେନସ୍କୀ । ଏହାପରେ ସାରା ବିଶ୍ବରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଯାଇଛି । ବଡ ଆଶ୍ଚର୍ଯ୍ୟର କଥା ଏହି ଯେ ଏହି କମେଡିଆନ ପାଖରେ କୌଣସି ରାଜନୈତିକ ଅନୁଭବ ନାହିଁ ।

ସୋମବାର ଜାରି ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ପରିଣାମ ଅନୁଯାୟୀ, କମେଡିଆନ ବୋଲୋଦିମୀର ଜେଲେନସ୍କୀ(୪୧) ୭୩.୨ ପ୍ରତିଶତ ଭୋଟ ହାସଲ କରିଛନ୍ତି । ସେ ବର୍ତ୍ତମାନ ୟୁକ୍ରେନର ରାଷ୍ଟ୍ରପତି ପେଟ୍ରୋ ପୋରୋଶୋଙ୍କୋଙ୍କୁ ପରାସ୍ତ କରିଛନ୍ତି । ରାଜନୈତିକ ଭୂମିକା କଥା କହିଲେ ଜେଲେନସ୍କୀ କେବଳ ମାତ୍ର ଏକ ଟିଭି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିର ଚରିତ୍ର ନିର୍ବାହ କରିଛନ୍ତି ।

ଏହି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ପୋରୋଶୋଙ୍କୋଙ୍କୁ ମାତ୍ର ୨୪.୪ ପ୍ରତିଶତ ଭୋଟ ମିଳିଛି । ରବିବାର ନିର୍ବାଚନ ପାଇଁ ୮୫ ପ୍ରତିଶତ ମତଦାନ ହୋଇସାରିଥିଲା । ଏହା ଏପରି ଏକ ନିର୍ବାଚନ ଥିଲା ଯାହା ମଜାକରୁ ଆରମ୍ଭ ହୋଇଥିଲା କିନ୍ତୁ ଜେଲେନସ୍କୀ ମତଦାତାଙ୍କୁ ନିଜ ସହିତ ଯୋଡିବାରେ ସଫଳ ହୋଇଛନ୍ତି । ମତଦାତା ସାମାଜିକ ଅନ୍ୟାୟ, ଦୁର୍ନୀତି ଓ ଋଷିଆ ସମର୍ଥିତ ପୂର୍ବ ଅଂଶରେ ବିଚ୍ଛିନ୍ନବାଦୀଙ୍କ ସହ ଲଢେଇକୁ ଅସହଜ ହୋଇ ଉଠିଥିଲେ ।

ABOUT THE AUTHOR

...view details