ଓଡିଶା

odisha

ETV Bharat / bharat

କରୋନା ଯୋଦ୍ଧା ପୋଲିସଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗଛ ଚଢାଳି ଗିରିଶ - Lockdown

ପାଖରେ ଟଙ୍କାର ଅଭାବ । ହେଲେ ସେହି ଟଙ୍କାରେ ଦିନରାତି ଡ୍ୟୁଟି କରୁଥିବା ପୋଲିସ କର୍ମୀ ମାନଙ୍କୁ ଖାଦ୍ୟ ଦେଉଛନ୍ତି କେରଳର ନଡିଆ ଗଛ ଚଢାଳି ଗିରିଶ । ଅଧିକ ପଢନ୍ତୁ...

a coconut tree climber
କାର୍ଯ୍ୟରତ ପୋଲିସଙ୍କୁ ଖାଦ୍ୟ ଦେଉଛନ୍ତି ଗଛ ଚଢାଳି ଗିରିଶ

By

Published : Apr 21, 2020, 4:31 PM IST

ଥିରୁଅନନ୍ତପୁରମ୍: କୋରୋନା ନେଇ ସେଚତନ ଓ ସୁରକ୍ଷା ପାଇଁ 24 ଘଣ୍ଟା ନିଜ କର୍ତ୍ତବ୍ୟ ପାଳନ କରୁଛି ପୋଲିସ । ସମସ୍ତଙ୍କୁ ଘରେ ରହିବାକୁ କହି ନିଜ ଜୀବନକୁ ପାଣି ଛଡାଇ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି । ଏହିଭଳି ପରିସ୍ଥିତିରେ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ମଧ୍ୟ ପଡୁଛି । ଆଉ କେତେକ ପୋଲିସ କର୍ମୀ କୋରୋନାରେ ଆକ୍ରାନ୍ତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି ।

ଏନେଇ ସେମାନଙ୍କ ସ୍ଥିତିକୁ ବୁଝି କେରଳ ଆଲାପୁଜା କାଲାଭୋରରେ ଥିବା ଜଣେ ନଡ଼ିଆ ଗଛ ଚଢାଳି ଗିରିଶ ଲକଡାଉନ ଆରମ୍ଭ ହେବା ଦିନଠାରୁ ପୋଲିସ କର୍ମଚାରୀଙ୍କୁ ଖାଦ୍ୟ ଏବଂ ଜଳ ଯୋଗାଉଛନ୍ତି । ସେ କହିଛନ୍ତି, "ମୋର ଦୈନିକ ଆୟରୁ ସେବା କରୁଥିବା ପୋଲିସ ପାଇଁ ଏକ ଅଂଶ ଖର୍ଚ୍ଚ କରୁଛି। ମୁଁ ଅଧିକ ରୋଜଗାର ନାହିଁ, ତେଣୁ ମୁଁ ସେମାନଙ୍କୁ କିଛି କଦଳୀ କିମ୍ବା ଏକ ବୋତଲ ସୋଡା ଦେଉଛି।"

ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହେଉିଥିବାବେଳେ, ବର୍ତ୍ତମାନ ସୁଦ୍ଧା 408 ଆକ୍ରାନ୍ତଙ୍କ ଭିତରୁ 291 ଜଣ ସୁସ୍ଥ ହୋଇଛନ୍ତି । 114 ଜଣ ସକ୍ରିୟ ଥିବାବେଳେ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details