ଓଡିଶା

odisha

ETV Bharat / bharat

ପାଟନାରେ ଭୁଶୁଡିଲା କୋଠା, 5 ଶିଶୁ ଚାପିହୋଇ ରହିଥିବା ସୂଚନା - ବିହାର ଖବର

କୋତଓ୍ବାଲୀ ଥାନା ଅଞ୍ଚଳରେ ବଡ ଅଘଟଣ ନେଇ ଖବର ସାମ୍ନାକୁ ଆସିଛି । କୋଠା ଭୁଶୁଡିପଡିବା ଯୋଗୁଁ 3 ଜଣ ଶିଶୁ ଆହତ ଓ ପାଖାପାଖି 5 ଜଣ ଶିଶୁ ଚାପି ରହିଥିବା ସୂଚନା । ଅଧିକ ପଢନ୍ତୁ...

ପାଟନାରେ ଭୁଶୁଡିଲା କୋଠା, 3 ଶିଶୁ ଆହତ
ପାଟନାରେ ଭୁଶୁଡିଲା କୋଠା, 3 ଶିଶୁ ଆହତ

By

Published : Sep 6, 2020, 5:10 PM IST

ପାଟନା: ବିହାରର ରାଜଧାନୀ ପାଟନା ସ୍ଥିତ କୋତଓ୍ବାଲୀ ଥାନା ଅଞ୍ଚଳରେ ବଡ ଅଘଟଣ ନେଇ ଖବର ସାମ୍ନାକୁ ଆସିଛି । ଏଠାରେ ଏକ କୋଠା ଭୁଶୁଡି ପଡିଛି । ଏହି ଘଟଣାରେ ପାଖାପାଖି 5 ଜଣ ଶିଶୁ ଭଗ୍ନାବଶେଷ ତଳେ ଚାପି ରହିବା ନେଇ ଅନୁମାନ କରାଯାଉଛି ।

ଏହି ପୁରୁଣା କୋଠା ନିକଟରେ କିଛି ଶିଶୁ ଖେଳୁଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆହତ 3 ଜଣ ଶିଶୁଙ୍କୁ ପିଏମସିଏଚ ସ୍ଥାନାନ୍ତର କରାଯାଇଛି । ଗୁରୁତର ଅବସ୍ଥାରେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ABOUT THE AUTHOR

...view details