ପାଟନା: ଖୋଲା ଟାଙ୍କିରେ ପଡି ନାବାଳକର ମୃତ୍ୟୁ । ରବିବାର ଏକ 12 ବର୍ଷୀୟ ନାବାଳକ ଖେଳୁଥିବା ସମୟରେ ଖୋଲା ଟାଙ୍କିରେ ପଡି ତାହାର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ଗୟାଠାରେ ।
ବିହାର: ପାଣିଟାଙ୍କିରେ ପଡି ନାବାଳକ ମୃତ୍ୟୁ
ଖେଳୁଥିବାବେଳେ ଖୋଲାଟାଙ୍କିରେ ଖସିପଡିଲା ନାବାଳକ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ 12 ବର୍ଷୀୟ ବାଳକର ମୃତ୍ୟୁ ଘଟିଛି ।
ମୃତ ନାବାଳକ ଜଣଙ୍କ ଭିନିତ୍ ରୋଶନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ଭିନିତ୍ ଖେଳୁଥିବା ସମୟରେ ଖୋଲା ଟାଙ୍କିରେ ଶିଉଳି ଥିବାରୁ ଗୋଡ ଖସି ଟାଙ୍କି ଭିତରକୁ ପଡିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କିଛି ଘଣ୍ଟା ପରେ ନାବାଳକଟିକୁ ଟାଙ୍କିରୁ ଉଦ୍ଧାର କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଭିନିତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।