ନୂଆଦିଲ୍ଲୀ: ଏବେବି ବଞ୍ଚିରହିଛି ମଣିଷ ପଣିଆ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ।ଏକ କାର୍ଯ୍ୟରତ ସିଆଇଏସଏଫ ଯବାନଙ୍କ ସଚ୍ଚୋଟତା ଦେଖିବାକୁ ମିଳିଛି । ଏକ ଟଙ୍କା ଭର୍ତ୍ତି ବ୍ୟାଗକୁ ସେ ତାର ଉପଯୁକ୍ତ ମାଲିକକୁ ପଠାଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ।
ଯବାନଙ୍କ ମହାନତା, ଫେରାଇଲେ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ - ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ
ଦିଲ୍ଲୀର ଜିଟିବି ମେଟ୍ରୋ ଷ୍ଟେସନରେ ଜଣେ ସିଆଇଏସଏଫ ଯବାନ ଚେକିଙ୍ଗ କରୁଥିବା ସମୟରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ପାଇଥିଲେ । ଏହାପରେ ସେ ଟଙ୍କା ଭର୍ତ୍ତି ବ୍ୟାଗକୁ ସେ ତାର ଉପଯୁକ୍ତ ମାଲିକକୁ ଫେରାଇ ନିଜ ସଚ୍ଚୋଟତା ଦେଖାଇଛନ୍ତି ।
ସୂଚନାମୁତାବକ, ଦିଲ୍ଲୀର ଜିଟିବି ମେଟ୍ରୋ ଷ୍ଟେସନରେ ଜଣେ ସିଆଇଏସଏଫ ଯବାନ ଚେକିଙ୍ଗ କରୁଥିବା ସମୟରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ପାଇଥିଲେ । ସେ ତାଙ୍କ ଏକ୍ସରେ ମେସିନରେ ଦେଖି ଏ ବ୍ୟାଗଟି କାହାର ବୋଲି ପଚାରିଥିଲେ । ହେଲେ କେହି ନକହିବାରୁ ସେ ବ୍ୟାଗଟିକୁ ଖୋଲି ଦେଖିବାବେଳକୁ ସେଥିରେ ଲକ୍ଷାଧିକ ଟଙ୍କା ଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ବ୍ୟାଗକୁ ନେଇ ତାଙ୍କ ସିଫ୍ଟ ଇନଚାର୍ଜକୁ ଦେଇଥିଲେ । ସିଫ୍ଟ ଇନଚାର୍ଜ ତାଙ୍କ ଷ୍ଟେସନ କଣ୍ଟ୍ରୋଲରକୁ ଦେଇଥିଲେ ।
କିଛିସମୟ ପରେ ନଫ୍ରିସ ନାମକ ଜଣେ ଯୁବକ ଆସି ଏହି ବ୍ୟାଗଟିକୁ ତାଙ୍କର ବୋଲି କହିଥିଲେ । ଏହାପରେ ସିଆଇଏସଏଫ ଯବାନ ସମସ୍ତ ପଚରାଉଚରା କରିବାପରେ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଉକ୍ତ ଯୁବକଙ୍କୁ ଦେଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।