ଓଡିଶା

odisha

By

Published : Dec 18, 2019, 8:07 PM IST

ETV Bharat / bharat

ଇଣ୍ଡିଆ ଗେଟ୍‌ ଆଗରେ ଓଡିଆ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ମେଡିକାଲରେ ଭର୍ତ୍ତି

ଇଣ୍ଡିଆ ଗେଟ୍‌ ଆଗରେ ଓଡିଶାର ଜଣେ 25 ବର୍ଷୀୟ ଯୁବକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ରାମମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ।

ଇଣ୍ଡିଆ ଗେଟ୍‌
ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ ଆଗରେ ଓଡିଶାର ଜଣେ 25 ବର୍ଷୀୟ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି । ଯୁବକ ଜଣକ ନାଁ କାର୍ତ୍ତିକ ମେହେର ବୋଲି ସୂଚନା ମିଳିଛି । ନିକଟରେ ଥିବା କିଛି ପୋଲିସ କର୍ମୀ ଯୁବକଙ୍କୁ ଉଦ୍ଧାର କରି ରାମ ମନୋହର ଲୋହିୟା ହସ୍ପଟାଲରେ ଭର୍ତ୍ତି କରିଛନ୍ତି । ଯୁବକ ଜଣକ ଗୁରୁତର ଥିବା ଜଣାପଡିଛି ।

ଗୁରୁତର ଯୁବକ ଜଣକ ବୟାନ ଦେବା ଅବସ୍ଥାରେ ନଥିବା ଡାକ୍ତରମାନେ କହିଛନ୍ତି । ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ମାନସିକ ରୋଗୀ ଥିବା ଜଣାପଡିଛି । ବୟାନ ଆସିବା ପରେ ଯୁବକ ଜଣକ କ’ଣ ପାଇଁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେ ବିଷୟରେ ଜଣା ପଡିବ । ତିଲକ ମାର୍ଗ ପୋଲିସ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details