ଓଡିଶା

odisha

ETV Bharat / bharat

56 ହଜାର ସ୍କୁଟିକୁ 42 ହଜାର ଫାଇନ - ନାବାଳକକୁ 42 ହଜାର ତଣ୍ଡ

ସାରା ଦେଶରେ ନୂଆ ମୋଟର ଯାନ ଆଇନକୁ ନେଇ ଚାଲିଛି ଧରପଗଡ । ହେଲେ ମଧ୍ୟ ପ୍ରଦେଶର ଜଣେ ନାବାଳକ ଆଇନ ଭାଙ୍ଗି ଗଣିଛନ୍ତି 42 ହଜାର ଟଙ୍କାର ଜୋରିମାନା ।

ଡିଜାଇନ ଫଟୋ

By

Published : Sep 10, 2019, 2:50 PM IST

ଭୋପାଳ: 56 ହଜାର ସ୍କୁଟିରୁ 42 ହଜାର ଟଙ୍କାର ଫାଇନ ଆଦାୟ କରିଛି ଟ୍ରାଫିକ ପୋଲିସ । ନୂଆ ମୋଟର ଯାନ ଆଇନରେ ଏଭଳି ତଣ୍ଡ ଗଣିଛନ୍ତି ଜଣେ 15 ବର୍ଷୀୟ ନାବାଳକଙ୍କ ପରିବାର । ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ନୂଆ ମୋଟର ଯାନ ଆଇନକୁ ଅବମାନନା କରିବା ଅଭିଯୋଗରେ ଏଭଳି ହରଡଘଣାରେ ପଡିଛନ୍ତି ନାବାଳକଙ୍କ ପରିବାର । ସୂଚନା ଅନୁଯାୟୀ, ନାବାଳକ ଜଣକ ମଙ୍ଗଳବାର ଘରେ କେହି ନଥିବାରୁ ସ୍କୁଟି ନେଇ ଚାଲି ଆସିଥିଲେ । ରାସ୍ତାରେ ସେ ଟ୍ରାଫିକ ପୋଲିସ ହାବୁଡରେ ପଡିଥିଲେ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଟ୍ରାଫିକ ପୋଲିସ ତାଙ୍କ ଉପରେ ପକାଇଛି ମୋଟା ଅଙ୍କର ଫାଇନ । ଏବେ ପରିବାର ଲୋକେ ଏତେ ପରିମାଣରେ ଟଙ୍କା ଆଣି କେଉଁଠି ଜୋରିଆନା ଭରିବେ ବୋଲି ପ୍ରଶ୍ନ କରିଛନ୍ତି ।

ନୂଆ ମୋଟର ଯାନ ଆଇନକୁ ନେଇ ସାରା ଦେଶରେ ଏକ ପ୍ରକାର କୋକୁଆ ଭୟ । କେତେକ ରାଜ୍ୟକୁ ଛାଡି ଦେଲେ ବାକି ସବୁ ରାଜ୍ୟରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ ।

ABOUT THE AUTHOR

...view details