ଅହମ୍ମଦାବାଦ: ମହାତ୍ମାଗାନ୍ଧୀଙ୍କ କୋରୋନା ଟେଷ୍ଟ । କଥାଟା ଶୁଣିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ବାସ୍ତବରେ ଘଟଣାଟି ହେଉଛି ଜଣେ 10 ବର୍ଷୀୟ ନାବାଳକ ମହାତ୍ମା ଗାନ୍ଧୀଙ୍କ ବେଶଭୂଷା ଧାରଣ କରି କୋରୋନା ଟେଷ୍ଟ ପାଇଁ ମେଡିକାଲକୁ ଯିବା ଘଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପିଲାଟି ଗୁଜୁରାଟ ରାଜକୋଟ ଅଞ୍ଚଳର ହୋଇଥିବା ଜଣାପଡିଛି ।
କୋରୋନା ଟେଷ୍ଟ କଲେ ମହାତ୍ମା ଗାନ୍ଧୀ ! - ମହାତ୍ମା ଗାନ୍ଧୀଙ୍କ କୋରୋନା ଟେଷ୍ଟ
ଗୁଜୁରାଟର ଜଣେ 10 ବର୍ଷର ବାଳକ ମହାତ୍ମା ଗାନ୍ଧୀଙ୍କ ପରି ବେଶଭୂଷା ହୋଇ କୋରୋନା ଟେଷ୍ଟ ପାଇଁ ମେଡିକାଲକୁ ଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତଙ୍କର ସହଯୋଗ ଦ୍ବାରା ଦେଶ ସୁରକ୍ଷିତ ରହିବ ବୋଲି ପିଲାଟି କହିଛି ।

ମହାତ୍ମା ଗାନ୍ଧୀଙ୍କ କୋରୋନା ଟେଷ୍ଟ!
ସେ ମହାତ୍ମା ଗାନ୍ଧୀଙ୍କ ଭଳି ହାତରେ ବାଡି, ଆଖିରେ ଚଷମା ଓ ଧୋତି ପିନ୍ଧିଥିଲା । ‘କୋଭିଡ୍ ଟେଷ୍ଟ ପାଇଁ ମୋ ସ୍ବାବ ନିଆଯାଇଛି । ଟେଷ୍ଟକୁ ନେଇ ଭୟଭୀତ ହେବା ଆଦୌ ଉଚିତ୍ ନୁହେଁ । ଆମ୍ଭମାନଙ୍କ ସହଯୋଗ ଦ୍ବାରା ଦେଶ ସୁରକ୍ଷିତ ରହିବ’ ବୋଲି ନାବାଳକ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ