ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର 2ଦିନିଆ ଇରାନ ଗସ୍ତରେ ଯାଇ ଆଜି ଭାରତ-ଇରାନ ୧୯ତମ ଯୁଗ୍ମ କମିଶନ ସମ୍ମିଳନୀରେ ମିଳିତ ଅଧ୍ୟକ୍ଷତା କରିଛନ୍ତି। ରବିବାର ଇରାନ ବୈଦେଶିକ ମନ୍ତ୍ରୀ ଜୱାଦ ଜରିଫଙ୍କୁ ସାକ୍ଷାତ କରିଥିଲେ ସେ।
ଭାରତ-ଇରାନ 19ତମ ଯୁଗ୍ମ କମିଶନ ସମ୍ମିଳନୀ, ଯୋଗ ଦେଲେ ଉଭୟ ଦେଶର ମନ୍ତ୍ରୀ - ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ଦୁଇଦିନିଆ ଇରାନ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଭାରତ-ଇରାନ ଯୁଗ୍ମ କମିଶନ ସମ୍ମିଳନୀରେ ଯୋଗ ଦେଇଛନ୍ତି।
S Jayasankar
ଆଜି ତେହେରାନରେ ଆୟୋଜିତ ଉଭୟ ଦେଶର ଯୁଗ୍ମ କମିଶନ ସମ୍ମିଳନୀରେ ଜୟଶଙ୍କର ଓ ତାଙ୍କ ପ୍ରତିପକ୍ଷ ମିଳିତ ଅଧ୍ୟକ୍ଷତା କରିବା ସହ ଉଭୟ ଦେଶ ମଧ୍ୟରେ ଯୋଗାଯୋଗ, ବାଣିଜ୍ୟ, ସାଂସ୍କୃତିକ, ସମ୍ପର୍କ ଆଦାନ ପ୍ରଦାନ, ସହିତ ଦ୍ବିପାକ୍ଷିକ ସହଯୋଗ, ପ୍ରଗତିର ସମୀକ୍ଷା କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଛନ୍ତି। ଏହାସହ ଉଭୟ ଦେଶର କ୍ଷେତ୍ରୀୟ ଓ ବୈଷୟିକ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।