ଓଡିଶା

odisha

ETV Bharat / bharat

ବୟସର ଅପରାହ୍ନରେ ଥକି ନାହାନ୍ତି ବୃଦ୍ଧା, ପ୍ରବାସୀ ଶ୍ରମିକଙ୍କୁ ଯୋଗାଉଛନ୍ତି ଖାଦ୍ୟ - lockdown effect

କୋରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନରେ ସବୁଠୁ ଅଧିକ ଯଦି କିଏ ପ୍ରଭାବିତ ହୋଇଛନ୍ତି ସେ ହେଉଛନ୍ତି ପ୍ରବାସୀ ଶ୍ରମିକ । ଏପରି କ୍ଷେତ୍ରରେ ଅନେକ ବଢାଇଛନ୍ତି ସହଯୋଗର ହାତ । ଅଧିକ ପଢନ୍ତୁ...

ବୟସର ଅପରାହ୍ନରେ ଥକି ନାହାନ୍ତି ବୃଦ୍ଧା, ପ୍ରବାସୀ ଶ୍ରମିକଙ୍କୁ ଯୋଗାଉଛନ୍ତି ଖାଦ୍ୟ
ବୟସର ଅପରାହ୍ନରେ ଥକି ନାହାନ୍ତି ବୃଦ୍ଧା, ପ୍ରବାସୀ ଶ୍ରମିକଙ୍କୁ ଯୋଗାଉଛନ୍ତି ଖାଦ୍ୟ

By

Published : May 31, 2020, 2:04 PM IST

ମୁମ୍ବାଇ: ଦେଶରେ ଜୁନ 1ରୁ ଅନଲକ ଆରମ୍ଭ ହେବାକୁ ଯାଉଛି । ପ୍ରବାସୀ ଶ୍ରମିକମାନଙ୍କ ଉପରେ ଲକଡାଉନର ସର୍ବାଧିକ ପ୍ରଭାବ ଦେଖାଦେଇଛି । ଏପରି ସ୍ଥିତିରେ ମହାରାଷ୍ଟ୍ରର ଜଣେ 99 ବର୍ଷୀୟା ବୃଦ୍ଧାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବୟସରେ ଯେତବେଳେ ବୃଦ୍ଧା ଜଣକ ଆରାମ କରିବା କଥା, ସେତବେଳେ ସେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଜଣେ ଟ୍ୱିଟର ବ୍ୟବହାରକାରୀ ଜାହିଦ ଏଫ ଅବ୍ରାହିମ ଏହି ଭିଡିଓ ଟିକୁ ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ସେୟାର କରି ଜାହିଦ ଲେଖିଛନ୍ତି ଯେ, ମୋର 99 ବର୍ଷର ଖୁଡି ମୁମ୍ବାଇର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରୁଛନ୍ତି ।

ତେବେ ଭିଡିଓରେ ଜଣେ ବୃଦ୍ଧ ମହିଳା ରୁଟି ଏବଂ ତରକାରୀ ପ୍ୟାକ କରୁଥିବା ନଜର ଆସିଛନ୍ତି । ଅନେକ ଲୋକ ଏହି ଭିଡିଓ ଉପରେ ଭାବପ୍ରବଣ ଜନିତ ମନ୍ତବ୍ୟ ଦେଇଛନ୍ତି । ଏଥିସହ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା 1 ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହା ସହ, 1700ରୁ ଅଧିକ ଲୋକ ଏହି ଭିଡିଓରେ ରିଟ୍ୱିଟ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ 11 ହଜାରରୁ ଉର୍ଦ୍ଧ୍ବ ଲୋକ ମଧ୍ୟ ଏହାକୁ ଲାଇକ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 65 ହଜାର 168 ପାର କରିସାରିଛି । ସେଥିରୁ 2 ହଜାର 197 ଜଣଙ୍କର ମୃତ୍ୟୁ ହୋଇଛି ।28 ହଜାରରୁ ଉର୍ଦ୍ଧ୍ବ ମଧ୍ୟ ସୁସ୍ଥ ହୋଇଛନ୍ତି । ତେବେ ଦେଖିବାକୁ ଗଲେ ସମୂଦାୟ 34 ହଜାର 890ଟି ମାମଲା ସକ୍ରିୟ ରହିଛି ।

ABOUT THE AUTHOR

...view details