ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ବର୍ତ୍ତମାନ ଦେଶରେ କୋରୋନା ମାମଲା ସଂଖ୍ୟା ପାଖାପାଖି 60 ଲକ୍ଷରେ ପହଞ୍ଚିଛି । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ଆସୁଥିବା ପଜିଟିଭ ରିପୋର୍ଟକୁ ଦେଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟେଷ୍ଟକୁ ବୃଦ୍ଧି କରାଯାଇଛି ।
ଦେଶରେ ସରିଛି 7,12,57,836 କୋରୋନା ଟେଷ୍ଟ: ICMR - ଆଇସିଏମଆର
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, 24 ଘଣ୍ଟାରେ ଦେଶରେ ଥିବା ବିଭିନ୍ନ ଲ୍ୟାବରେ 9 ଲକ୍ଷ 87 ହଜାର 861ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 7 କୋଟି 12 ଲକ୍ଷ 57 ହଜାର 836 ନମୂନା ପରୀକ୍ଷା ସରିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 88,600 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1124 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 59 ଲକ୍ଷ 92 ହଜାର 533କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 49 ଲକ୍ଷ 41 ହଜାର 628 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 56 ହଜାର 402 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ ମାରାତ୍ମକ ଭାଇରସ କାରଣରୁ 94,503 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।