ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍ ଆଜି ସଂସଦରେ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ସମୟରେ ନିର୍ମଳା ପ୍ରଧାନମନ୍ତ୍ରୀ ନେଇଥିବା ଅନେକ ଯୋଜନା ଏବଂ ପଦକ୍ଷେପ ସମ୍ବନ୍ଧରେ ବାର୍ତ୍ତା ରଖିଥିଲେ ।
ଦେଶରେ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ଯ, ଗ୍ରମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପେନସନ୍ ଏବଂ ପାନୀୟଜଳ, ଗୃହଋଣ ଭଳି ବିତ୍ତୀୟ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ବଡ଼ ପଦକ୍ଷେପ ନେଇଥିବା କହିଛନ୍ତି ନିର୍ମଳା । ଜାଣନ୍ତୁ, ବଜେଟର ରୂପରେଖକୁ ନେଇ କେଉଁ ନେତାଙ୍କ ପ୍ରତିକ୍ରିୟା କଣ ରହିଛି ?
ନରେନ୍ଦ୍ର ମୋଦି:ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ବଜେଟକୁ ପ୍ରତିକ୍ରିୟା ରଖିଛନ୍ତି । ଦେଶକୁ ସମୃଦ୍ଧ ଏବଂ ପ୍ରତ୍ୟେକ ଜନସାଧାରଣଙ୍କୁ ସମର୍ଥ- ଶକ୍ତିଶାଳୀ କରିବାରେ ଏହି ବଜେଟ ମୁଖ୍ୟ ଭୂମିକା ଗ୍ରହଣ କରିବ । ଯୁବକମାନଙ୍କୁ ନିଯୁକ୍ତି ପାଇଁ ସୁଯୋଗ ମିଳିବ । ମଧ୍ୟମ ବର୍ଗ ଶ୍ରେଣିର ଲୋକମାନଙ୍କର ପ୍ରଗତି ଏବଂ ବିକାଶ କାର୍ଯ୍ୟ ଆହୁରି ବ୍ୟାପକ ମାତ୍ରାରେ ବୃଦ୍ଧି କରିବ । ବଜେଟ୍ ଫୋକସରେ ଆୟକର କର ଛାଡ଼ , ଆଧାରକାର୍ଡ ଆଧୁନିକୀକରଣ । ତେଣୁ ସମୁଦାୟ ଭାବରେ ଏହି ବଜେଟ ରାଷ୍ଟ୍ର ଗଠନ ପାଇଁ ଏକାନ୍ତ ବୈପ୍ଳବିକ ଆଧାର ହେବ ବୋଲି ମୋଦି କହିଛନ୍ତି ।