ଓଡିଶା

odisha

ETV Bharat / bharat

ଦିଲ୍ଲୀ ସିଏଏ ହିଂସା: ମାସକରେ 94 ଗିରଫ - delhi caa protest

ସିଏଏ ହିଂସାକୁ ନେଇ ଦିଲ୍ଲୀରେ ଗୋଟିଏ ମାସରେ ପ୍ରାୟ 94 ଜଣ ଗିରଫ ହୋଇଛନ୍ତି। ସିଏଏକୁ ଦେଶରେ ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି ହିଂସାକାଣ୍ଡ। ଆଗକୁ ପଢନ୍ତୁ...

94 arrested for caa protest in delhi
ପ୍ରତିକାତ୍ମକ ଫଟୋ

By

Published : Jan 14, 2020, 10:28 AM IST


ନୂଆଦିଲ୍ଲୀ: ସିଏଏକୁ ଦେଶରେ ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି ହିଂସାକାଣ୍ଡ। ଏହାକୁ ନେଇ ଚାଲିଛି ବିରୋଧ ପ୍ରଦର୍ଶନ। ଏହାକୁ ହିଂସାତ୍ମକ ଘଟଣାରେ ସାମିଲ ହୋଇ ଅନେକ ପ୍ରାଣ ହରାଇଥିବା ବେଳେ, କେତେକ ଗୁରୁତର ମଧ୍ୟ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ଗୋଟିଏ ମାସ ଭିତରେ ଏହାକୁ ନେଇ ପ୍ରାୟ 94 ଜଣଙ୍କୁ ଗିରଫ କରିଛି ପୋଲିସ।

ଦିଲ୍ଲୀର ଜାମିଆମିଲିୟା ବିଶ୍ବବିଦ୍ୟାଳୟ, ସୀମାପୁରୀ, ଜାମା ମସଜିଦ ଏବଂ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦେଖାଦେଇଥିଲା ସିଏଏକୁ ନେଇ ହିଂସା। ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଲାଂଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇଥିବା 2015 ପୂର୍ବରୁ ଭାରତକୁ ଚାଲି ଆସିଥିବା ଅଣ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ସିଏଏ ମାଧ୍ୟମରେ ଭାରତୀୟ ନାଗରିକତା ପ୍ରଦାନ କରାଯିବ।

ଦିଲ୍ଲୀ ସିଏଏ ହିଂସା

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହେଉଥିଲା । ଆସାମ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ହିଂସାରେ ସାମିଲ ଆନ୍ଦୋଳନକାରୀଙ୍କ ପ୍ରାଣହାନୀ ମଧ୍ୟ ଘଟିଛି। ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ସୋମବାର କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଭେଟିଛନ୍ତି। ଏହି ହିଂସା ନେଇ କାନୁନ ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି।

ABOUT THE AUTHOR

...view details