ଓଡିଶା

odisha

By

Published : May 15, 2020, 2:27 PM IST

ETV Bharat / bharat

929 ଆଧାରକାର୍ଡ ଅଚଳ କଲା ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟ

ଭାରତର ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା UIDAI 929 ଆଧାର କାର୍ଡକୁ ନିଷ୍କ୍ରିୟ ବା ଡିଆକ୍ଟିଭେଟ କରିଥିବା ଜଣାପଡିଛି ।

929ଟି ଆଧାର କାର୍ଡକୁ ଡିଆକ୍ଟିଭେଟ କଲା  ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟ
929ଟି ଆଧାର କାର୍ଡକୁ ଡିଆକ୍ଟିଭେଟ କଲା ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟ

ହାଇଦ୍ରାବାଦ: ଭାରତର ହାଇଦ୍ରାବାଦ ଆଞ୍ଚଳିକ କାର୍ଯ୍ୟାଳୟର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା UIDAI 929 ଆଧାରକାର୍ଡକୁ ନିଷ୍କ୍ରିୟ ବା ଡିଆକ୍ଟିଭେଟ କରିଥିବା ଜଣାପଡିଛି ।

ସୂଚନା ଅଧିକାର ପ୍ରଶ୍ନର ଏକ ପ୍ରତିକ୍ରିୟା ଅନୁଯାୟୀ, UIDAI କହିଛି ଯେ 2012 ମସିହାରୁ କାର୍ଡଗୁଡିକ ନିଷ୍କ୍ରିୟ ହୋଇସାରିଛି । ଏଥିମଧ୍ୟରେ 127 ଟି ମାମଲା ଅନ୍ତର୍ଭୁକ୍ତ ଯାହାକି ଚଳିତ ବର୍ଷ ଫେବୃଆରୀରେ ରିପୋର୍ଟ କରାଯାଇଥିଲା । ବେଆଇନ ପ୍ରବାସୀ ଭାରତୀୟଙ୍କ ପାଇଁ ବିଭିନ୍ନ ପୋଲିସ ଅଧିକାରୀଙ୍କ ଠାରୁ 127 ମାମଲା ପାଇଁ ରିପୋର୍ଟ ଗ୍ରହଣ କରାଯାଇଛି । ନକଲି ଆଧାର ନମ୍ବର UIDAI ଦ୍ବାରା ଜାରି କରାଯାଏ ନାହିଁ । ତେଣୁ ଏହା ଆଧାର ନୁହେଁ ବୋଲି ପ୍ରତିକ୍ରିୟାରେ କହିଛି UIDAI ।

ପୂର୍ବରୁ ଏକ ଅଭିଯୋଗ ଆସିଥିଲା ଯେ, ମୋହଦ ସତ୍ତାର ଖାନ ନାମକ ଏକ ବ୍ୟକ୍ତି ଜାଲିଆତି କରି କାର୍ଡ ନେଇଥିଲେ । ପରେ ତାଙ୍କୁ ନାଗରିକତା ପ୍ରମାଣ କରିବାକୁ ଅନ୍ୟ ଡକ୍ୟୁମେଣ୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଘଟଣାକୁ ନେଇ ସାଧାରଣ ଜନତା ଓ ରାଜନେତାଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ତେବେ ସମାଧାନ ପାଇଁ UIDAI ଅଧିକାରୀଙ୍କ ସହ ଶୁଣାଣି କରିବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ UIDIA ଅନେକ ଅଭିଯୋଗର ଉତ୍ସ କିମ୍ବା ଅଭିଯୋଗର ସୂତ୍ର ମଧ୍ୟ ପ୍ରକାଶ କରିଛି । ଏଥିରେ କୁହାଯାଇଛି ଯେ 127 ଟି ମାମଲା ମଧ୍ୟରୁ 78 ଟି ମାମଲା ତେଲେଙ୍ଗାନାର ଇଣ୍ଟେଲିଜେନ୍ସ ବିଭାଗରୁ ମିଳିଥିଲା । ଏହାସହ 49 ଟି ମାମଲା ଅନ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରାଯାଇଥିଲା । ତେବେ ଏଧିକ ସୂଚନା ଦେଇ UIDAI କହିଛି ଯେ ଆଧାର କାର୍ଡଧାରୀଙ୍କ ପରିଚୟ ସମ୍ବନ୍ଧୀୟ ତଥ୍ୟ ଧାରଣ କରିଥିବା ସୂଚନା ପ୍ରଦାନ କରାଯାଇପାରିବ ନାହିଁ।

For All Latest Updates

ABOUT THE AUTHOR

...view details