ନୂଆଦିଲ୍ଲୀ: ଲକଡାଉନରେ ତୃତୀୟ ଦିନରେ ପହଞ୍ଚିଛି ଘରୋଇ ବିମାନ ସେବା । ତୃତୀୟ ଦିନରେ ମୋଟ 924ଟି ବିମାନ ଚାଲିଛି । ଏଥିରେ ମୋଟ 67 ହଜାର 861 ଲୋକ ଯାତ୍ରା କରିଛନ୍ତି ।
924 ବିମାନରେ ଯାତ୍ରା କଲେ 67 ହଜାରରୁ ଅଧିକ ଲୋକ - ବିମାନ ସେବା
460 ବିମାନରେ 34 ହଜାର 336 ଯାତ୍ରୀ ଦେଶ ଭିତରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି । ସେହିପରି 464 ବିମାନରେ ଦେଶବ୍ୟାପୀ ବିଭିନ୍ନ ବିମାନ ବନ୍ଦରରେ ନିଜ ରାଜ୍ୟକୁ ଫେରିଛନ୍ତି 33 ହଜାର 525 ଯାତ୍ରୀ । ଅଧିକ ପଢନ୍ତୁ...

924 ବିମାନରେ ଯାତ୍ରା କଲେ 67 ହଜାରରୁ ଅଧିକ ଲୋକ
ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । 460 ବିମାନରେ 34 ହଜାର 336 ଯାତ୍ରୀ ଦେଶ ଭିତରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି । ସେହିପରି 464 ବିମାନରେ ଦେଶବ୍ୟାପୀ ବିଭିନ୍ନ ବିମାନ ବନ୍ଦରରେ ନିଜ ରାଜ୍ୟକୁ ଫେରିଛନ୍ତି 33 ହଜାର 525 ଯାତ୍ରୀ ।
ସେହିପରି କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବିମାନ ବନ୍ଦରରେ ଗୁରୁବାରଠାରୁ ବିମାନ ସେବା ଆରମ୍ଭ ହୋଇଛି । ଏଠାରେ ଲୋକମାନେ ସାମାଜିକ ଦୂରତ୍ବ ମାନି ଛିଡା ହୋଇଥିବାର ଦେଖାଯାଇଥିଲା । ବିଭିନ୍ନ ଏୟାରପୋର୍ଟରେ ଲୋକଙ୍କ ସୁରକ୍ଷା ପାଇଁ ସ୍କ୍ରିନିଂ କରାଯାଉଥିବାବେଳେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି ।