ଲକ୍ଷ୍ନୌ: ବୟସର ଅପରାହ୍ଣରେ ବି ସୁରକ୍ଷା ଚିନ୍ତା । ବୟସ 90 ଛୁଇଁଲାଣି । ତଥାପି ସୁରକ୍ଷା ଚିନ୍ତା । ଆଜି ବି ସନ୍ଧ୍ୟା ହେଲେ ମୁଣ୍ଡରେ ଗାମୁଛା ବାନ୍ଧି ବାହାରିଯାନ୍ତି ନିଜ କାର୍ଯ୍ୟରେ । 1944 ମସିହାରୁ ଓ୍ବାଚମ୍ୟାନଭାବେ କାର୍ଯ୍ୟ କରିଆସୁଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଲୋନି ସହର ଅନ୍ତର୍ଗତ ଦୁଗ୍ରାଓ୍ବାଲି ଗ୍ରାମର ଦିଓ୍ବାନ ସିଂ ।
ଇଂରେଜ ଅମଳର ସୁରକ୍ଷାକର୍ମୀ, ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ - ଓ୍ବାଚମ୍ୟାନ
1944 ମସିହାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଗାଜିଆବାଦ ଜିଲ୍ଲାର ଦିଓ୍ବାନ । ଓ୍ବାଚମ୍ୟାନ ଭାବେ ଇଂରେଜ ଅମଳରୁ ନିଜର କର୍ମମୟ ଜୀବନ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି । ମୁଣ୍ଡ ଉପରେ ଆର୍ଥିକ ସମସ୍ୟା ଲାଗି ରହିଥିବାରୁ ଏଥିରୁ ମୁକୁଳି ପାରିନାହାନ୍ତି ଦିଓ୍ବାନ । ଫଳରେ ସରକାରଙ୍କ ନିକଟରୁ ସହାୟତା ଲୋଡ଼ିଛନ୍ତି ସେ ।
ତେବେ ବୟସର ଅପରାହ୍ଣରେ ଆର୍ଥିକ ସମସ୍ୟରେ ଯୁଝିହେଉଛନ୍ତି ସେ । ଏଥିପାଇଁ ସେ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ମାତ୍ର ଦରମା ₹ 2500 ଟଙ୍କା । ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ମୁଁ କାର୍ଯ୍ୟ କରୁଛି । ଅବସର ଗ୍ରହଣ କରିନାହିଁ । ମାତ୍ର ମୋତେ ସରକାର ସହାୟତା ଯୋଗାଇ ଦେବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ଦିଓ୍ବାନ ।
ସେ ଆହୁରି ମଧ୍ୟ କହିଛନ୍ତି କି ଇଂରେଜ ଅମଳରୁ ସେ ତାଙ୍କର ନିକଟସ୍ଥ ଅଞ୍ଚଳରେ ଓ୍ବାଚମ୍ୟାନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଏହା ସହିତ ତାଙ୍କର ଦୁଇ ପିଲା ମଧ୍ୟ କୌଣସି ବଡ଼ ଚାକିରି କରିନାହାନ୍ତି । ସମସ୍ତେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଆସୁଛନ୍ତି । ଫଳରେ ପରିବାରରେ ଅଧିକାଂଶ ସମୟ ଆର୍ଥିକ ସମସ୍ୟା ଲାଗି ରହୁଥିବା ସେ କହିଛନ୍ତି ।