ଉନ୍ନାଓ: ଭାରତ ବୃହତ ସମ୍ବିଧାନର ଦେଶ, ଆଧ୍ୟାତ୍ମିକର ଦେଶ । ଏଠାରେ ଧର୍ମକୁ ନେଇ ଲୋକେ ବେଶ୍ ସଚେତନ । ସତ୍ୟଯୁଗରେ ସୀତା ମା'ଙ୍କୁ ରାବଣ କେବଳ ଅପହରଣ କରି ନେଇ ଯାଇଥିଲା ବୋଲି ଆଜିଯାଏଁ ଆମେ ତାକୁ ଜଳାଇ ଆସୁଛୁ । କିନ୍ତୁ ବର୍ତ୍ତମାନ ରାବଣ ନୁହେଁ ବରଂ ସୀତା ଜଳୁଛନ୍ତି । ସେତେବେଳେ ସୀତାଙ୍କ ପାଇଁ ରାମ ଥିଲେ କିନ୍ତୁ ବର୍ତ୍ତମାନ ନା ରାମ ଅଛି ନା ସେ ଅଯୋଧ୍ୟା କିନ୍ତୁ ପ୍ରତି ପାଦେ ସୀତା ଅଗ୍ନିପରୀକ୍ଷା ଦେଉଛି । ଆଉ ଏହାର ମୁକସାଖୀ ଉତ୍ତରପ୍ରଦେଶ ।
ଯଦି ଆମେ ଉତ୍ତରପ୍ରଦେଶକୁ ଦୁଷ୍କର୍ମର ରାଜଧାନୀ କହିବା ତେବେ ଅତ୍ୟୁକ୍ତି ହେବନି । ଏଠାରେ 11 ମାସ ମଧ୍ୟରେ 90ଟି ଦୁଷ୍କର୍ମ ହୋଇସାରିଲାଣି । ଏକଥା ଆମେ କହୁନୁ ବରଂ ଉତ୍ତରପ୍ରଦେଶ ପ୍ରଭାରୀ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ କହୁଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଉତ୍ତରପ୍ରଦେଶରେ ସଠିକ୍ ରୂପେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଉତ୍ତରପ୍ରଦେଶରେ ମହିଳାଙ୍କୁ ନେଇ ପୋଲିସ କିମ୍ବା ନ୍ୟାୟ ବ୍ୟବସ୍ଥା ସକ୍ରିୟା ନୁହେଁ, ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଉନ୍ନାଓ ପୀଡିତା । 2019ରେ ଦୁଷ୍କର୍ମ ସଂଖ୍ୟା ଦେଖିବାକୁ ଗଲେ 90-92 । ଅନ୍ୟପକ୍ଷେ ନଭେମ୍ବରରେ 185ଟି ଅସଦାଚରଣ ମାମଲା ରୁଜୁ କରାଯାଇଛି ।
ଉତ୍ତରପ୍ରଦେଶ: 11 ମାସରେ 90 ଦୁଷ୍କର୍ମ 2019ରେ ଜଣେ ଯୁବତୀ ମୁଖ୍ୟମନ୍ତ୍ରୀ ଆବାସ ସାମ୍ନାରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ଯୁବତୀ ଜଣକ ବିଜେପି ବିଧାୟକ କୁଲଦୀପ୍ ସିଂ ସେଙ୍ଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସ୍ବତନ୍ତ୍ର ଅଦାଲତ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଗତ ଜୁଲାଇ 28ରେ ମାମଲାର ଶୁଣାଣୀ ପାଇଁ ରାଏବରେଲୀ ଯିବା ସମୟରେ ପୀଡିତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପୀଡିତାଙ୍କ ଖୁଡି ଓ ମାଉସୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ ପୀଡିତା ଗୁରୁତର ହୋଇଥିଲେ । ଏହା ପୂର୍ବରୁ ପୋଲିସ ହେପାଜତରେ ପୀଡିତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏତେ ପରେ ବି କେତେକ ବିଜେପି ନେତା କୁଲଦୀପଙ୍କ ସମର୍ଥନରେ ବାହାରିଛନ୍ତି ।
ନଭେମ୍ବରରେ ଉତ୍ତରପ୍ରଦେଶରେ ହୋଇଥିବା ଦୁଷ୍କର୍ମ:-
.1 ନଭେମ୍ବର 2019-ପୁରବାରେ ମହିଳାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ଶୋଷଣ
.5 ନଭେମ୍ବର- ଅସୋହାରେ ବିବାହର ପ୍ରତିଶୃ୍ତି ଦେଇ ଦୁଷ୍କର୍ମ
.7 ନଭେମ୍ବର-ଅଜଗୈନରେ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଟ୍ରେନରୁ ଠେଲି ଦେଇ ମାରିଦେବାର ଧମକ
.13 ନଭେମ୍ବର- ବିବାହର ମିଛ ପୋଷ୍ଟ ସେୟାର କରିବା ମାମଲାରେ ମହିଳାଙ୍କ ଅଭିଯୋଗ
.15 ନଭେମ୍ବର- ମହିଳାଙ୍କୁ ଅସଦାଚରଣ କଲେ ଯବାନ୍ ଓ ସହଯୋଗୀ
.19 ନଭେମ୍ବର- ମାଖି ଥାନା ଅନ୍ତର୍ଗତ ଏକ ଗାଁରେ ଯୁବତୀଙ୍କୁ ଅସଦାଚରଣ
.20 ନଭେମ୍ବର- ବଙ୍ଗରାମଉରେ ଛାତ୍ରୀଙ୍କୁ ଯୁବକଙ୍କ ଅସଦାଚରଣ
.30 ନଭେମ୍ବର-ବଙ୍ଗରାମଉରେ ଛୁରୀ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ
.30 ନଭେମ୍ବର- ଶିକ୍ଷୟିତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ମାରପିଟ୍