ଚେନ୍ନାଇ: କୋରୋନା ଯୋଦ୍ଧାଙ୍କୁ କୋରୋନା । ଗତ 10 ଦିନ ମଧ୍ୟରେ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲର ପ୍ରାୟ 90 ଡାକ୍ତର କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଡାକ୍ତଙ୍କୁ ଛାଡିଦେଲେ ହସ୍ପିଟାଲର ଅନେକ କର୍ମଚାରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯାହା ହସ୍ପିଟାଲ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଚେନ୍ନାଇ ହସ୍ପିଟାଲର 90 ଡାକ୍ତର କୋରୋନା ଆକ୍ରାନ୍ତ - କୋରୋନା
ଗତ 10 ଦିନ ମଧ୍ୟରେ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲର ପ୍ରାୟ 90 ଡାକ୍ତର କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଡାକ୍ତର କୋରୋନା ଆକ୍ରାନ୍ତ
ତେବେ ଚିକିତ୍ସକଙ୍କ ଅଭାବକୁ ନେଇ ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି, ବିଭିନ୍ନ ସ୍ଥାନରୁ ପ୍ରାୟ 300 ଡାକ୍ତର ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ଆସିଛନ୍ତି । ସେହିପରି କୋଭିଡ ୱାର୍ଡର ବିସ୍ତାର ପାଇଁ ଆଉ 500 ବେଡ ଅଣାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।
ସୌଜନ୍ୟ@ IANS