ଓଡିଶା

odisha

ETV Bharat / bharat

ବିହାର: ଗାଧୋଇବାବେଳେ ନଦୀରେ ଭାସିଗଲେ 9 ଯୁବକ

ମୁଜାଫରପୁର ଜିଲ୍ଲାର କଥୈୟା ପୋଲିସ ଷ୍ଟେସନ ପରିସରରେ ଥିବା ବାହି ନଦୀରେ ଏକ ବଡ ଦୁର୍ଘଟଣା ଘଟିଛି। ଏଠାରେ ଗାଧୋଇବା ସମୟରେ 9 ଜଣ ଯୁବକ ବୁଡି ଯାଇଥିବାବେଳେ ଏଥିମଧ୍ୟରୁ 5 ଜଣଙ୍କୁ ଉଦ୍ଧାର କରାଯାଇଛି ଓ 4 ଜଣ ନିଖୋଜ ଅଛନ୍ତି।

9 YOUTH DROWNED IN RIVER
ଗାଧୋଇବା ବେଳେ ନଦୀରେ ଭାସିଗଲେ 9 ଯୁବକ

By

Published : Aug 4, 2020, 6:58 PM IST

ପାଟନା: ମୁଜାଫରପୁର ଜିଲ୍ଲାର କଥୈୟା ପୋଲିସ ଷ୍ଟେସନ ପରିସରରେ ଥିବା ବାହି ନଦୀରେ ଏକ ବଡ ଦୁର୍ଘଟଣା ଘଟିଛି। ଏଠାରେ ଗାଧୋଇବା ସମୟରେ 9 ଜଣ ଯୁବକ ବୁଡି ଯାଇଥିବାବେଳେ ଏଥିମଧ୍ୟରୁ 5 ଜଣଙ୍କୁ ଉଦ୍ଧାର କରାଯାଇଛି ଓ 4 ଜଣ ନିଖୋଜ ଅଛନ୍ତି।

ମତ୍ସ୍ୟଜୀବୀଙ୍କ ସହାୟତାରେ 5 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତେ ମୋତିପୁର ବ୍ଲକର କଥୈୟା ପୋଲିସ ଷ୍ଟେସନ ନିକଟରେ ଅବସ୍ଥିତ ବାହି ନଦୀରେ ଗାଧୋଇବାକୁ ଯାଇଥିଲେ। ନଦୀର ପ୍ରବଳ ସ୍ରୋତରେ ଏହି 9 ଯୁବକ ଭାସିଯାଇଥିଲେ ।

ଏନଡିଆରଏଫ ଟିମ୍ ସର୍ଚ୍ଚ ଅପରେସନ କରୁଥିବାବେଳେ ମୋତିପୁରର ବିଡିଓ ଓ ସିଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଖୋଜ ଯୁବକମାନେ ହେଉଛନ୍ତି ଇସ୍ତେୟାକ, ଅସଫାକ, ଇରଫାନ୍ ଓ ଶିବଚାନ୍ଦ ପାସୱାନ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details