ଓଡିଶା

odisha

9 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲା 13 ବର୍ଷର ନାବାଳକ

By

Published : Dec 13, 2020, 4:09 PM IST

ଜଣେ 9 ବର୍ଷର ନାବାଳିକା ସହ ଦୁଷ୍କର୍ମ କଲା ନାବାଳକ । ଉତ୍ତରପ୍ରଦେଶ ମହୋବା ଜିଲ୍ଲାରେ ଘଟିଛି ଏହି ଲଜ୍ଜାଜନକ କାଣ୍ଡ । ଅଧିକ ପଢନ୍ତୁ...

ନାବାଳକର ବର୍ବର କାଣ୍ଡ: 9 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ
ନାବାଳକର ବର୍ବର କାଣ୍ଡ: 9 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

ଲକ୍ଷ୍ନୌ:ଖେଳକୁଦ ବୟସରେ ଜଣେ 13 ବର୍ଷୀୟ ନାବାଳକର ବର୍ବର କାଣ୍ଡ । ଉତ୍ତରପ୍ରଦେଶ ମହୋବା ଜିଲ୍ଲାରେ ଜଣେ 13 ବର୍ଷୀୟ ନାବାଳକ ଏକ 9 ବର୍ଷୀୟା ନାବାଳିକକୁ ଦୁଷ୍କର୍ମ ଭଳି ଏକ ଘୃଣ୍ୟ କାଣ୍ଡ ଭିଆଇଛି । ପୀଡିତାକୁ ଏକ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସମ୍ପୃକ୍ତ ନାବାଳକକୁ ପୋଲିସ ଗିରଫ କରି ନାବାଳକ କୋର୍ଟରେ ହାଜର କରିବା ପରେ ଚିତ୍ରକୂଟର ଏକ ବାଳ ସୁଧାର ଗୃହକୁ ପଠାଯାଇଛି ।

ସୂଚନାଯୋଗ୍ୟ, ନାବାଳିକା ଝିଅଟି ତାଙ୍କ ଘର ବାହାରେ ଖେଳୁଥିବା ସମୟରେ ଘରପାଖରେ ରହୁଥିବା ନାବଳକ ଜଣକ ତା ସହିତ ଖେଳିବା ବାହାନା କରି ନିକଟସ୍ଥ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲା । ସେଠାରେ ଝିଅଟି ସହ ଦୁଷ୍କର୍ମ କରିଥିଲା ଏବଂ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାର ଲୋକେ ଜାଣିବା ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି ନାବାଳକ ଅଦାଲତରେ ହାଜର କରିଥିଲେ । ସେଠାରୁ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details