ଜୟପୁର: ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜିଲ୍ଲାର ଚାରଭୁଜା ଥାନା ଅନ୍ତର୍ଗତ ମେଗା ହାଇୱେ ନିକଟରେ ଏକ କାରକୁ ଚାପି ଦେଇଛି କେମିକାଲ ଭର୍ତ୍ତି ଟ୍ୟାଙ୍କର । ଏଥିଯୋଗୁଁ କାରରେ ଥିବା 9 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 3 ଶିଶୁ ଏବଂ 2 ଜଣ ମହିଳା ଥିବା ଜଣା ପଡିଛି ।
କାରକୁ ଚାପିଦେଲା କେମିକାଲ ଟ୍ୟାଙ୍କର, ନଅ ମୃତ - ଟ୍ୟାଙ୍କର
ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଏକ କାରକୁ ଚାପି ଦେଇଛି କେମିକାଲ ଭର୍ତ୍ତି ଟ୍ୟାଙ୍କର । ଏଥିଯୋଗୁଁ କାରରେ ଥିବା 9 ଜଣଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ସୂଚନା ମୁତାବକ, କାରରେ ଥିବା ଲୋକେ ରାମଦେବରାରୁ ଦର୍ଶନ କରି ଫେରୁଥିଲେ । ଏହି ସମୟରେ ସାମ୍ନାପଟୁ ଆସୁଥିବା କ୍ୟାମିକାଲ ଟ୍ୟାଙ୍କର ଅନିୟନ୍ତ୍ରିତ ହୋଇ କାର୍ ଉପରେ ଓଲଟି ପଡିଥିଲା । ଟ୍ୟାଙ୍କରଟି କାରକୁ ଚାପି ଦେବାରୁ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା । ସେପଟେ ଖବର ପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରିଥିବା ଜଣା ପଡିଛି ।