ହାଇଦ୍ରାବାଦ: ତେଲେଙ୍ଗାନାରେ ଥମିବାର ନାଁ ଧରୁନି କୋରୋନା । ବର୍ତ୍ତମାନ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । କ୍ରମାଗତ ଭାବେ ରାଜ୍ୟରେ ପ୍ରତ୍ୟେକ ଦିନ ମୃତ୍ୟୁ ରିପୋର୍ଟ ରେକର୍ଡ ହେଉଛି । ଶୁକ୍ରବାର ତେଲେଙ୍ଗାନାରେ 164 ଟି ନୂଆ ପଜିଟିଭ୍ ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ 9 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଶୁକ୍ରବାର 176 ଜଣ ଡିସଚାର୍ଜ ହୋଇଛନ୍ତି ।
ତେଲେଙ୍ଗାନାରେ 164 ନୂଆ କୋରୋନା ମାମଲା, 9 ମୃତ୍ୟୁ - 9 more people scumbed to covid 19
ତେଲେଙ୍ଗାନାରେ ପୁଣି 164 ଟି ନୂଆ କୋରୋନା ମାମଲା ଆସିଛି । ଏହାସହ ରାଜ୍ୟରେ 9 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଶୁକ୍ରବାର 176 ଜଣ ଡିସଚାର୍ଜ ସହିତ ମୋଟ ଡିସଚାର୍ଜ 2278 ରେ ପହଞ୍ଚିଛି । ରାଜ୍ୟରେ କୋଭିଡ-19 ହେତୁ ମୋଟ ମୃତ୍ୟୁ ସଂଖ୍ୟା 174 ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ତେଲେଙ୍ଗାନାରେ 164 ନୂଆ କୋରୋନା ମାମଲା, 9 ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-7592847-1023-7592847-1591982731461.jpg)
ତେଲେଙ୍ଗାନାରେ 164 ନୂଆ କୋରୋନା ମାମଲା
ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ପଜେଟିଭ ମାମଲା 4484 ରେ ପହଞ୍ଚିଛି । ଗୁରୁବାର GHMC ରେ 133 ଟି ମାମଲା ରିପୋର୍ଟ ଆସିଛି । ସେହିପରି ରାଜ୍ୟରେ ମୋଟ ସକ୍ରିୟ ମାମଲା 2032 ରହିଥିବା ବେଳେ କୋଭିଡ -19 ହେତୁ ମୋଟ ମୃତ୍ୟୁ ସଂଖ୍ୟା 174 ରେ ପହଞ୍ଚିଛି । ସମୁଦାୟ 2278 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବୁଲେଟିନ ପକ୍ଷରୁ ଜଣାପଡିଛି ।