ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲ୍ଲାର କାଟୁମାନନାର୍କୋଭିଲ ନିକଟ କୁରୁଙ୍ଗୁଡି ଗ୍ରାମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ନିଆଁର ତୀବ୍ରତା ପ୍ରଖର ଥିବାରୁ ଘଟଣାସ୍ଥଳରେ ଅତିକମରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।
ବାଣ କାରଖାନାରେ ବିସ୍ଫୋରଣ: 9 ମୃତ, ଫସିଛନ୍ତି ଅନେକ - Tamil Nadu's Cuddalore
ତାମିଲନାଡୁର କୁଡାଲୋର ଜିଲ୍ଲାର କାଟୁମାନନାର୍କୋଭିଲ ନିକଟ କୁରୁଙ୍ଗୁଡି ଗ୍ରାମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ନିଆଁର ତୀବ୍ରତା ପ୍ରଖର ଥିବାରୁ ଘଟଣାସ୍ଥଳରେ ଅତିକମରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।
ତାମିଲନାଡୁର ବାଣ କାରଖାନାରେ ବିସ୍ଫୋରଣ: 9 ମୃତ, ଫସି ରହିଛନ୍ତି ଅନେକ
ଏହାସହ 4 ଜଣ ଗୁରୁତର ଆହତ ହୋଇଛନ୍ତି। ଅନେକ ଲୋକ ଅଳିଆ ଗଦାରେ ଫସିଯିବାର ଭୟ ରହିଛି। ରିପୋର୍ଟରେ କୁହାଯାଇଛି ଯେ ବିସ୍ଫୋରଣ ଯୋଗୁଁ କୋଠାଟି ଭୁଶୁଡି ପଡିଛି। ଖବର ଅନୁଯାୟୀ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି।
ଏହି ସମୟରେ ଚେନ୍ନାଇଠାରୁ 190 କିଲୋମିଟର ଦୂରରେ ଥିବା କାଟୁମାନନାର୍କୋଇଲରେ କାରଖାନାରେ ବିସ୍ଫୋରଣର କାରଣ ଜାଣି ଉଦ୍ଧାର ପାଇଁ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଉକ୍ତ ସ୍ଥାନରେ ପହଁଞ୍ଚିଛନ୍ତି।
Last Updated : Sep 4, 2020, 3:19 PM IST