ଶ୍ରୀନଗର: ନଅ ଜିଲ୍ଲାକୁ ରବିବାର ରେଡ ଜୋନ ଘୋଷଣା କଲେ ଜମ୍ମୁ କାଶ୍ମୀର ସରକାର । କୋଭିଡ-19ର ସମୀକ୍ଷା ପରେ ଜମ୍ମୁ-କାଶ୍ମୀର ସରକାର ରବିବାର 9 ଜିଲ୍ଲାକୁ ରେଡ ଓ 9 ଜିଲ୍ଲାକୁ ଅରେଞ୍ଜ ଜୋନ ଘଷୋଣା କରିଥିବା ବେଳେ 2 ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା କରିଛନ୍ତି ।
ଶ୍ରୀନଗର, ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାମ, ବୁଦ୍ଧଗାମ, ବାରାମୁଲ୍ଲା, ଏବଂ କାଶ୍ମୀର ବିଭାଗର କୁପୱାରା ଏବଂ ଜମ୍ମୁ ବିଭାଗର ରାମବାନଙ୍କୁ ରେଡ ଜୋନ ଜିଲ୍ଲା ଭାବେ ଘୋଷଣା କରାଯାଇଛି ବୋଲି ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଭାପତି ତଥା ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମନ୍ୟମ କହିଛନ୍ତି ।