ନୁଆଦିଲ୍ଲୀ:କୋରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆସନ୍ତା ଜାନୁଆରୀ 16 ତାରିଖରୁ ସାରା ଦେଶରେ ଟିକାକରଣ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ 89ଟି ସେଣ୍ଟର ମନୋନୀତ ହୋଇଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ରବିବାର ଦିନ ସୂଚନା ଦେଇଛନ୍ତି ।
5000 ରୁ ବି ଅଧିକ ସେଣ୍ଟର ଟିକାକରଣ ନିମନ୍ତେ ସ୍ଥିର କରାଯାଇଛି । ପ୍ରତ୍ୟେକ ସେଣ୍ଟରରେ 8 ରୁ 10 ଜଣ ସଦସ୍ୟ ରହିବେ । ଜୈନ କହିଛନ୍ତି, ‘‘ ଆମେ 1000 ସେଣ୍ଟର ପ୍ରସ୍ତୁତ କରିଛୁ କିନ୍ତୁ, କେନ୍ଦ୍ରର ଆଦେଶ ଯୋଗୁଁ 89 ଟି ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ନିମନ୍ତେ କାର୍ଯ୍ୟକ୍ଷମ କରାଯାଇଛି । ଏଥିରେ 36ଟି ସରକାରୀ ହସ୍ପିଟାଲ ଏବଂ 53 ଟି ବେସରକାରୀ ହସ୍ପିଟାଲ ସାମିଲ ।
ପ୍ରଥମ ପର୍ଯ୍ୟାୟ ଟୀକାକରଣ କେବଳ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ଦିଆଯିବ । ଏଥିପାଇଁ 2 ଲକ୍ଷ 25 ହଜାର ସ୍ବାସ୍ଥ୍ୟକର୍ମୀ ଏପର୍ଯ୍ୟନ୍ତ ପଞ୍ଜିକରଣ କରିସାରିଛନ୍ତି । ଜୈନ ଆହୁରି ମଧ୍ୟ କହିଛନ୍ତି ଆଗ ଧାଡିର କର୍ମୀ ମଧ୍ୟରେ ଯେଉଁ ଶିକ୍ଷକ ମାନେ ରହିବେ ସେମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ ।