ରାଞ୍ଚି: 89 ଜଣଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ । କୋରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ଝାଡଖଣ୍ଡର 89 ଜଣଙ୍କୁ ଗିରଫ କରିଛି ପୋଲିସ ।
ଗୁଜବ ପ୍ରଚାର କରି 89 ଗିରଫ - ଝାଡଖଣ୍ଡ ନ୍ୟୁଜ
କୋରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ଝାଡଖଣ୍ଡର 89 ଜଣଙ୍କୁ ଗିରଫ କରିଛି ପୋଲିସ ।
![ଗୁଜବ ପ୍ରଚାର କରି 89 ଗିରଫ _arrest](https://etvbharatimages.akamaized.net/etvbharat/prod-images/768-512-6836985-439-6836985-1587175593992.jpg)
ଗୁଜବ ପ୍ରଚାର କରୁଥିବା 89 ଲୋକଙ୍କୁ ବାନ୍ଧିଲା ପୋଲିସ
ଧାନବାଦ, ପାଲାମୌ ଏବଂ ଗରହ୍ୱା ଜିଲ୍ଲାରୁ 8 ଜଣ ଲେଖାଏଁ ଲୋକଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସୋସିଆଲ ମିଡିଆରେ ଗୁଜବ ଖବର ପ୍ରଚାର ନକରିବାକୁ ପୋଲିସ ଲୋକଙ୍କୁ ଚେତାବନୀ ଦେଇଛି । ଯଦି କୌଣସି ବ୍ୟକ୍ତି ଏପରି ଅପରାଧ ମୂଳକ କାର୍ଯ୍ୟ କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡଖଣ୍ଡ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ