ଓଡିଶା

odisha

ETV Bharat / bharat

ବୃଦ୍ଧାଙ୍କ ରାମ ମନ୍ଦିର ନିର୍ମାଣ ସଂକଳ୍ପ, 28 ବର୍ଷ ହେଲାଣି ସ୍ପର୍ଶ କରିନାହାଁନ୍ତି ଅନ୍ନ - ram temple construction

ପ୍ରଭୁ ରାମଚନ୍ଦ୍ରଙ୍କ ଅନନ୍ୟ ଭକ୍ତ । ମନ୍ଦିର ନିର୍ମାଣ ଲାଗି 88 ବର୍ଷୀୟ ବୃଦ୍ଧା ମହିଳା 28 ବର୍ଷ ହେବ ସ୍ପର୍ଶ କରିନାହାଁନ୍ତି ଅନ୍ନ । ଏବେ ଭୂମି ପୂଜନରେ ସାମିଲ ହୋଇ ସଂକଳ୍ପ ଭାଙ୍ଗିବାକୁ ଇଚ୍ଛା ରଖିଛନ୍ତି ଉକ୍ତ ବୃଦ୍ଧା ଜଣକ । ଅଧିକ ପଢନ୍ତୁ...

88 ବର୍ଷୀୟ ମହିଳା ରାମ ମନ୍ଦିର ନିର୍ମାଣ ସଂକ୍ପଳ
88 ବର୍ଷୀୟ ମହିଳା ରାମ ମନ୍ଦିର ନିର୍ମାଣ ସଂକ୍ପଳ

By

Published : Aug 3, 2020, 8:07 AM IST

ଜବଲପୁର: ରାମ ମନ୍ଦିର ନିର୍ମାଣକୁ ନେଇ ମଧ୍ୟପ୍ରଦେଶ ଜବଲପୁରର ଜଣେ ମହିଳାଙ୍କ ସଂକଳ୍ପ ପୁରା ହେବାକୁ ଯାଉଛି । ବିବାଦୀୟ ଢାଞ୍ଚାରେ ମସଜିଦକୁ ଭଙ୍ଗାଯିବା ପରେ ମନ୍ଦିର ନିର୍ମାଣର ଦେଖିଥିବା 88 ବର୍ଷୀୟ ବୃଦ୍ଧାଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି । ମନ୍ଦିର ନିର୍ମାଣ ସଂକଳ୍ପ ନେଇ ସେ ଦୀର୍ଘ 28 ବର୍ଷ ଧରି ଅନ୍ନ ସ୍ପର୍ଶ କରିନଥିଲେ ।

ଉତ୍ତରପ୍ରଦେଶର ଅଯୋଧ୍ୟାନଗରରେ ଖୁବଶୀଘ୍ର ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ବୁଧବାର ମନ୍ଦିର ନିର୍ମାଣର ଭୂମି ପୂଜନ ଅନୁଷ୍ଠିତ ହେବ । ଯାହାକୁ ପ୍ରଭୁ ରାମଙ୍କ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଓ ଖୁସିର ଲହରୀ ଖେଳି ଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଧୁସନ୍ଥ ଯୋଗ ଦେବେ ।

ସେପଟେ କୋରୋନା ସଂକ୍ରମଣ ପାଇଁ ଅଧିକ ସମାଗମକୁ ନିଷେଧ କରାଯାଇଛି । ସମସ୍ତେ ଘରେ ବସି ଦୂରଦର୍ଶନ ଟିଭି ମାଧ୍ୟମରେ ଭୂମି-ପୂଜନରେ ସାମିଲ ହୋଇପାରିବେ । ତଥାପି ଜବଲପୁରର ଉକ୍ତ 88 ବର୍ଷୀୟ ମହିଳା ଉର୍ମିଲା ଚତୁର୍ବେଦୀ କିନ୍ତୁ ନିମନ୍ତ୍ରଣ ଅପେକ୍ଷା ରହିଛନ୍ତି ।

ଉର୍ମିଲା ଚତୁର୍ବେଦୀ ଶ୍ରୀରାମନ୍ଦ୍ରଙ୍କ ଏମିତି ଏକ ଭକ୍ତି ଯିଏ କି ଗତ 28 ବର୍ଷ ହେବ ଅନ୍ନ ସ୍ପର୍ଶ କରିନାହାଁନ୍ତି । ମନ୍ଦିର ନିର୍ମାଣର ସଂକଳ୍ପ ନେଇ ସେ ଆଜି ବି ଉପାସରେ ରହୁଛନ୍ତି । ବୟସ୍କା ହୋଇଥିଲେ ମଧ୍ୟ ସେ ନିଜ ସଂକଳ୍ପକୁ ବଜାୟୀ ରଖି ନିତିଦିନ ଆହାରରେ ଫଳମୂଳ ହିଁ ନେଉଛନ୍ତି । ତେଣୁ ତାଙ୍କର ଗୋଟିଏ ମାତ୍ର ସ୍ବପ୍ନ ସେ ଅଯୋଧ୍ୟା ପହଞ୍ଚି ପ୍ରଭୁ ରାମଚନ୍ଦ୍ରଙ୍କ ପୂଜା କରିବେ । ଏବଂ ତାଙ୍କରି ପ୍ରସାଦ ମାଧ୍ୟମରେ ନିଜ ବ୍ରତକୁ ଭାଙ୍ଗିବେ ।

ABOUT THE AUTHOR

...view details