ନୂଆଦିଲ୍ଲୀ: ହିତାହିତ ଜ୍ଞାନ,ସଂସ୍କାର ଓ ସମ୍ମାନର ସଂଜ୍ଞା ଭୁଲି ଗଲାଣି ସଭ୍ୟ ମଣିଷ। ଦେହ ଲୋଭୀ ନର ରାକ୍ଷସ ବିଭିନ୍ନ ସମୟରେ ଏମିତି କିଛି କାଣ୍ଡ ଘଟାଉଛି ଯାହା ଚର୍ଚ୍ଚାର ପରିସର ସହ ଲଜ୍ଜାରେ ମୁଣ୍ଡ ତଳକୁ କରିଦେଉଛି। କିଛି ସମୟର ସୁଖକୁ ଚରିତାର୍ଥ କରିବାକୁ ଭୁଲି ଯାଉଛି ବୟସର ସରହଦ, ସୀମା ଡେଉଁଛି ବର୍ବରତା। ନିଜ ଠୁ ସାତ ସାନ ଓ ବୃଦ୍ଧାଙ୍କ ଉପରୁ ମଧ୍ୟ ନିଜର ଲୋଲୁପ ଦୃଷ୍ଟି ହଟାଇପାରୁନି। ଆଠ ମାସରୁ ଆରମ୍ଭ ଅଶି ବର୍ଷ ପର୍ଯ୍ୟନ୍ତ ସମସ୍ତେ ତାର କ୍ଷୁଧା ଲାଳସାର ଶିକାର ହେଉଛନ୍ତି।
ବର୍ତ୍ତମାନ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜଧାନୀର ଚାୱଲା ଅଞ୍ଚଳରେ। ଜଣେ 37 ବର୍ଷୀୟ ବ୍ୟକ୍ତି ଦ୍ବାର 86 ବର୍ଷୀୟା ବୃଦ୍ଧା ଦୁଷ୍କର୍ମର ଶୀକାର ହୋଇଛନ୍ତି। ଘଟଣାଟି ଏମିତିକି,‘ଅଭିଯୁକ୍ତ ବୃଦ୍ଧା ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ନିକଟସ୍ଥ ଏକ ଫାର୍ମକୁ ନେଇ ଦୁଷ୍କର୍ମ କରିଥିଲା, ବୃଦ୍ଧା ଜଣକ ବାରମ୍ବାର ସେ କାକୁତି ମୀନତି କରିଥିଲେ ବି ତାକୁ ଅଣଦେଖା କରିଥିଲେ। ସେ ତାଙ୍କ ଜେଜେମା’ଙ୍କ ବୟସ ବୋଲି ମଧ୍ୟ କହିଥିଲେ।