ଓଡିଶା

odisha

ତାମିଲନାଡୁ ରାଜଭବନରେ ପଶିଲା କୋରୋନା, 84 ଜଣ କର୍ମଚାରୀ ପଜିଟିଭ

By

Published : Jul 23, 2020, 2:10 PM IST

ତାମିଲନାଡୁ ରାଜଭବନରେ କାର୍ଯ୍ୟ କରୁଥିବା 84 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେହି ରାଜ୍ୟପାଳଙ୍କ ସହିତ ସଂସ୍ପର୍ଶରେ ଆସିନଥିବା ଜଣାପଡିଛି ।

ମହାମାରୀ କୋରୋନା
ମହାମାରୀ କୋରୋନା

ଚେନ୍ନାଇ: ତାମିଲନାଡୁ ରାଜଭବନରେ ପହଞ୍ଚିଲା ମହାମାରୀ କୋରୋନା । ରାଜଭବନରେ କାର୍ଯ୍ୟ କରୁଥିବା 84 ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁରକ୍ଷା କର୍ମୀ ଏବଂ ଅଗ୍ନିଶମ ସେବା କର୍ମଚାରୀ ମଧ୍ୟ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କେହି ରାଜ୍ୟପାଳଙ୍କ ସହିତ ସଂସ୍ପର୍ଶରେ ଆସିନଥିବା ଜଣାପଡିଛି ।

ତାମିଲନାଡୁରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବୁଧବାର 5,849 ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 522 ଜଣଙ୍କ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details