ଓଡିଶା

odisha

ETV Bharat / bharat

କୋରୋନାରେ କେବଳ 5 ଟି ରାଜ୍ୟରେ ମୃତ୍ୟୁହାର 84 ପ୍ରତିଶତ, 4 ରାଜ୍ୟରେ ସର୍ବାଧିକ ରୋଗୀ - ଚାରି ରାଜ୍ୟରେ କୋରୋନା ରୋଗୀ

ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ରୋଗୀଙ୍କ ସଂଖ୍ୟା 70 ହଜାର ଅତିକ୍ରମ କରିଛି । ଗତ ଚବିଶ ଘଣ୍ଟା ମଧ୍ୟରେ 3604 ନୂତନ ରୋଗୀ ପହଞ୍ଚିଥିବାବେଳେ ଏହି ସମୟ ମଧ୍ୟରେ 87 ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ପାଞ୍ଚଟି ରାଜ୍ୟରେ କୋରୋନାଙ୍କ ମୃତ୍ୟୁହାର ଦେଶରେ ମୋଟ ମୃତ୍ୟୁ ହାରରେ ପ୍ରାୟ 84 ପ୍ରତିଶତ ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

84 percent deaths in just 5 states in corona
84 percent deaths in just 5 states in corona

By

Published : May 12, 2020, 10:41 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲଗାଛି । ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ରୋଗୀଙ୍କ ସଂଖ୍ୟା 70 ହଜାର ଅତିକ୍ରମ କରିଛି । ଗତ ଚବିଶ ଘଣ୍ଟା ମଧ୍ୟରେ 3604 ନୂତନ ରୋଗୀ ପହଞ୍ଚିଥିବାବେଳେ ଏହି ସମୟ ମଧ୍ୟରେ 87 ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ପାଞ୍ଚଟି ରାଜ୍ୟରେ କୋରୋନାଙ୍କ ମୃତ୍ୟୁହାର ଦେଶରେ ମୋଟ ମୃତ୍ୟୁ ହାରରେ ପ୍ରାୟ 84 ପ୍ରତିଶତ ରିପୋର୍ଟ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା 70,756 ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା 2293ରେ ପହଞ୍ଚିଛି । ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସର୍ବାଧିକ ମୃତ୍ୟୁ ଘଟିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ସମୟ ମଧ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା 22,455 ରୋଗୀ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 1,538 ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ 32 ପ୍ରତିଶତ ରେକର୍ଡ କରାଯାଇଛି । ବର୍ତ୍ତମାନ ଦେଶର ବିଭିନ୍ନ ଡାକ୍ତରଖାନାରେ 46,008 ରୋଗୀ ଚିକିତ୍ସିତ ହେଉଛନ୍ତି ।

ଚାରୋଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଏବଂ ଦିଲ୍ଲୀରେ ସର୍ବାଧିକ କୋରୋନା ରୋଗୀ ଅଛନ୍ତି । ମହାରାଷ୍ଟ୍ରରେ ରୋଗୀଙ୍କ ସଂଖ୍ୟା 23,401, ଗୁଜୁରାଟରେ 8,541, ତାମିଲନାଡୁରେ 8,002 ଏବଂ ଦିଲ୍ଲୀରେ 7,233 ରେ ପହଞ୍ଚିଛି । ଏହି ଚାରିଟି ରାଜ୍ୟରେ କୋରୋନାରେ ସର୍ବାଧିକ ରୋଗୀ ଅଛନ୍ତି । ଏହି ରାଜ୍ୟ ମାନଙ୍କରେ ଏପର୍ଯ୍ୟନ୍ତ 47,177 ମାମଲା ଆସିଛି, ଯାହା ଦେଶର ମୋଟ ମାମଲାର ପ୍ରାୟ 67 ପ୍ରତିଶତ ଅଟେ ।

ଏହି ଚାରିଟି ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ହୋଇ ରହିଛି । ସେହିପରି ଦେଶର ପାଞ୍ଚଟି ରାଜ୍ୟରେ କୋରୋନା ମୃତ୍ୟୁ ଅଧିକ ରହିଛି । ଏଥିମଧ୍ୟରେ ମହାରାଷ୍ଟ୍ରରେ 868, ଗୁଜୁରାଟରେ 513, ମଧ୍ୟପ୍ରଦେଶରେ 221, ପଶ୍ଚିମବଙ୍ଗରେ 190 ଏବଂ ରାଜସ୍ଥାନରେ 113 ମୃତ୍ୟୁ ଅନ୍ତର୍ଭୁକ୍ତ । ଏହି ପାଞ୍ଚଟି ରାଜ୍ୟରେ ମୋଟ 1905 ମୃତ୍ୟୁ ଘଟିଛି, ଯାହା ମୋଟ ମୃତ୍ୟୁର ପ୍ରାୟ 84 ପ୍ରତିଶତ ଅଟେ । ମହାରାଷ୍ଟ୍ର ଏବଂ ଗୁଜରାଟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି ।

ABOUT THE AUTHOR

...view details