ନୂଆଦିଲ୍ଲୀ: ଦୁଇ ବର୍ଷ ମଧ୍ୟରେ ଦେଶରେ ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା 83 କୋଟିକୁ ବୃଦ୍ଧି ପାଇବ। ଆଣ୍ଡ୍ରୋଏଡ୍ ଭଳି ଓପୋନ ଅପରେଟିଂ ସିଷ୍ଟମ୍ ଓ ଶସ୍ତା ଡାଟା କାରଣରୁ ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ । ଇଣ୍ଡିଆ ସେଲୁଲାର ଓ ଇଲେକ୍ଟ୍ରୋନିକ୍ସ ଆସୋସିଏସନ ନିଜ ରିପୋର୍ଟରେ କହିଛି ଯେ ଗ୍ରାମାଞ୍ଚଳରେ ସ୍ମାର୍ଟ ଫୋନର ବ୍ୟବହାର ଦ୍ରୁତ ଗତିରେ ବଢୁଛି।
2022 ସୁଦ୍ଧା ଦେଶରେ 83 କୋଟି ସ୍ମାର୍ଟଫୋନ ୟୁଜର୍ସ: ରିପୋର୍ଟ - 83 crore smartphone users by 2022
ଦୁଇ ବର୍ଷ ମଧ୍ୟରେ ଦେଶରେ ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା 83 କୋଟିକୁ ବୃଦ୍ଧି ପାଇବ। ଆଣ୍ଡ୍ରୋଏଡ୍ ଭଳି ଓପୋନ ଅପରେଟିଂ ସିଷ୍ଟମ୍ ଓ ଶସ୍ତା ଡାଟା କାରଣରୁ ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ।
ଏହା ବ୍ୟତୀତ ଆଞ୍ଚଳିକ ଭାଷାରେ ତଥ୍ୟ ବ୍ୟବହାର ହେତୁ ସ୍ମାର୍ଟ ଫୋନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆସୋସିଏସନ୍ କହିଛି ଯେ ସ୍ମାର୍ଟଫୋନ୍ ବ୍ୟବହାରରେ ଓପୋନ୍ ଅପରେଟିଂ ସିଷ୍ଟମ୍ ଏକ ବଡ ଉତ୍ସ । ଏହା ସେମାନଙ୍କର ମୂଲ୍ୟକୁ ଯଥେଷ୍ଟ ହ୍ରାସ କରିଛି । ଏହା ସହିତ ସ୍ମାର୍ଟଫୋନର କାର୍ଯ୍ୟକାରିତା ମଧ୍ୟ ବୃଦ୍ଧି ପାଇଛି ।
କେପିଏମଜି ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି ଯେ ଆଞ୍ଚଳିକ ଭାଷାରେ ପ୍ରୟୋଗ ବୃଦ୍ଧି ହେତୁ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଡିସେମ୍ବର 2019 ରେ ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା 500 ମିଲିୟନକୁ ବୃଦ୍ଧି ପାଇଛି। ଏହି ୟୁଜର୍ସଙ୍କ ମଧ୍ୟରୁ 40 ପ୍ରତିଶତ ଗ୍ରାମାଞ୍ଚଳର । 2015 ରେ ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ 9 ପ୍ରତିଶତ ହୋଇଥିଲେ ମଧ୍ୟ 2018 ରେ ଏହା 25 ପ୍ରତିଶତକୁ ବୃଦ୍ଧି ପାଇଥିଲା। ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ଭାରତରେ 97 ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାରକାରୀ ମୋବାଇଲ୍ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି।