ଭୋପାଳ: ମଧ୍ୟପ୍ରଦେଶ ମଣ୍ଡୱାର ଅନିଲ କୁମାର ଶୁକ୍ଲା ବୃଦ୍ଧ ବୟସ୍କରେ ବି ଏକଦମ ଯୁବକ । ଏହାର ରାଜ ହେଉଛି ଯୋଗ । ଯୋଗାଭ୍ୟାସ ଯୋଗୁଁ 80 ବର୍ଷରେ ବି ସେ ଲାଗୁଛନ୍ତି ପୁରା ଯୁବକ । ହୁଏତ ମୁଣ୍ଡର କେଶ ଧଳା ହୋଇଗଲାଣି କିନ୍ତୁ ଶରୀରରେ ଏବେ ବି ତାକତ କିଛି କମ ନାହିଁ ।
20 ବର୍ଷ ତଳେ ଚାକିରୀରୁ ଅବସର ନେଇଥିଲେ ଅନିଲ । ଏହାପରେ ସୁଗାର ଏବଂ ବ୍ଲଡ ପ୍ରେସର ଭଳି ରୋଗ ତାଙ୍କୁ ମାଡି ବସିଥିଲା । ଜ୍ବାଇଁ ତାଙ୍କୁ ପ୍ରଥମେ ଯୋଗ କରିବା ପାଇଁ କହିଥିଲେ । ଆଉ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିଲା । ଆଉ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ । ପ୍ରତିଦିନ ସକାଳ 4ଟାରୁ ଉଠି ସେ ଯୋଗାଭ୍ୟାସ କରନ୍ତି । ନିଜ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତି ।