ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ -19 ମାମଲାର 80 ପ୍ରତିଶତ କେସରେ କୋରୋନା ଲକ୍ଷଣ ବିନା ପଜେଟିଭ ରିପୋର୍ଟ ଆସୁଛି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ବିଶ୍ଳେଷଣ ଅନୁଯାୟୀ 80% ମାମଲାରେ କୋରୋନା ଲକ୍ଷଣ ଦେଖାଯାଉନାହିଁ । ମାତ୍ର ପରୀକ୍ଷା ପରେ କୋରୋନା ପଜିଟିଭ ରିପୋର୍ଟ ଆସୁଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ 15 ପ୍ରତିଶତରୁ ଅଧିକ ମାମଲା ଗୁରୁତର ମାମଲାରେ ପରିଣତ ହେଉଛି ଏବଂ ଅକ୍ସିଜେନର ସହାୟତା ଆବଶ୍ୟକ କରୁଥିବା ବେଳେ 5 ପ୍ରତିଶତ ମାମଲା ଅତ୍ୟଧିକ ଗୁରୁତର ହୋଇପାରେ ।