ଶ୍ରୀନଗର: ଶନିବାର ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ 80 ଟି ନୂଆ କୋରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିମଧ୍ୟରୁ 75 ଜଣ ସୁରକ୍ଷା ବାହିନୀର କର୍ମଚାରୀ ଏବଂ ଦୁଇ ଜଣ ଯାତ୍ରୀଙ୍କୁ ମିଶାଇ ପାଞ୍ଚ ଜଣ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରଥମେ 12ଟି ମାମଲା ରହିଥିବାବେଳେ, ପରେ 68ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।
ଏହା ସହିତ 11 ଜଣ ସୁସ୍ଥ ଏବଂ ରିପୋର୍ଟ ନେଗେଟିଭ ଆସିବା ପରେ ଡିସଚାର୍ଜ କରାଯାଇଛି । ନେଗେଟିଭ ଆସିଥିବା ରିପୋର୍ଟ ମଧ୍ୟରେ 9 ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀ ଅଛନ୍ତି । ଦୁଇ ଜଣ ଅନ୍ୟ ରାଜ୍ୟର ଯାତ୍ରୀ ଅଟନ୍ତି । ଯେତେବେଳେ କି ଅନ୍ୟ ଜଣେ ବ୍ୟକ୍ତି କିଛି ଦିନ ପୂର୍ବରୁ ପଜିଟିଭ ଆସିଥିଲେ, ତାଙ୍କର ଅଧିକ ବିପଦ କଣ୍ଟାକ୍ଟ ରହିଛି । କୋରୋନା ସଂକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ତାଙ୍କ ପରିବାରର ଲୋକଙ୍କ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମ୍ପର୍କକୁ ଖୋଜି ବାହାର କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହା ସହିତ, 12 ଜଣଙ୍କୁ ଆଇସୋଲେସନ ଓ୍ବାର୍ଡକୁ ପଠାଯାଇଛି ।