ଓଡିଶା

odisha

ETV Bharat / bharat

କେଦାରନାଥ ଯାତ୍ରାରେ ଗଲାଣି 8 ଜୀବନ - yatra

ବାବା କେଦାରନାଥଙ୍କୁ ଦେଖିବାକୁ ଲଗିଛି ଭକ୍ତଙ୍କ ଗହଳି । ସେପଟେ ପାଣିପାଗ ଜନିତ ସମସ୍ୟା ଯୋଗୁଁ ଏଯାବତ ଗଲାଣି 8 ଜୀବନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 20, 2019, 9:26 PM IST

ଡେରାଡୁନ: ଦୀର୍ଘ 6 ମାସର ପ୍ରତିକ୍ଷାର ଅନ୍ତ ଘଟାଇ ଶ୍ରଦ୍ଧାଳୁଙ୍କ ପାଇଁ ମେ' 9 ତାରିଖରେ ଖୋଲାହୋଇଛି ବାବା କେଦାରନାଥଙ୍କ ଦ୍ବାର । ସେନେଇ କେଦାରନାଥ ଧାମକୁ ଛୁଟୁଛି ଭକ୍ତଙ୍କ ସୁଅ । ତେବେ ତୀର୍ଥଯାତ୍ରାରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଠିକ ସମୟରେ ସ୍ବାସ୍ଥ୍ୟସେବା ନ ମିଳିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାଫଳରେ କେଦାରନାଥ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟରୁ ଏପର୍ଯ୍ୟନ୍ତ 8 ଜଣଙ୍କର ମୃତ୍ୟୁ ହୋଇସାରିଥିବା ସୂଚନା ମିଳିଛି ।

ସୂଚନାନୂଯାୟୀ, ମେ' 9 ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ 95 ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇସାରିଛି । କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କମ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ନଚେତ ଚଳିତ ବର୍ଷ ଏହି ସମୟରେ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା 2 ଲକ୍ଷ ଅତିକ୍ରମ ହୋଇଯାଇଥିଲା । ରବିବାର ସବୁଠୁ ଅଧିକ ତାର୍ଥଯାତ୍ରୀ କେଦାର ଧାମ ପହଞ୍ଚିଥିଲେ । ସେହିଦିନ 14 ହଜାର ଯାତ୍ରୀ ବାବା କେଦାରନାଥଙ୍କର ଦର୍ଶନ କରିଥିଲେ ।

ତେବେ ଏହି ଯାତ୍ରା ସମୟରେ ଏପର୍ଯ୍ୟନ୍ତ 8 ଜଣ ଯାତ୍ରୀଙ୍କର ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଅଧିକ୍ଷକ ଅଜୟ ସିଂହ । ଅଧିକ୍ଷକଙ୍କ କହିବାନୁଯାୟୀ, ଜଣେ ତୀର୍ଥଯାତ୍ରୀଙ୍କ ଉପରେ ବରଫ ପଡିବା ଯୋଗୁଁ ମୃତ୍ୟୁ ଘଟିଥିବାବଳେ, ଅନ୍ୟଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ସେହିଭଳି ଅନ୍ୟ 6 ଜଣ ତୀର୍ଥଯାତ୍ରୀଙ୍କର ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଛି । ତେବେ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି କିନ୍ତୁ ଏହି ସେବା ଠିକରେ ମିଳୁନଥିବା ଅଭିଯୋଗ ହୋଇଛି ।

ଏହି ଯାତ୍ରାରେ ସବୁଠୁ ଅଧିକ କଷ୍ଟ ବୟସ୍କ ଲୋକମାନଙ୍କୁ ମିଳୁଥିବା ଜଣାପଡିଛି । କାରଣ ଚଳିତବର୍ଷ ହେଲିକପ୍ଟର ସେବା ବହୁତ କମ ରହିଛି । ଆଉ ଏହି ସେବାପାଇଁ ଦୀର୍ଘ ସମୟ ଧରି ଲୋକଙ୍କୁ ଲାଇନରେ ଛିଡା ହେବାକୁ ପଡୁଛି । ଆଉ ହେଲି ସେବା ନମିଳିବାରୁ ଲୋକେ ବାଧ୍ୟ ହୋଇ ପାଦରେ ଚାଲିଚାଲି ଯିବା ସହ କେହି ଶ୍ରଦ୍ଧାଳୁ ଖଚର ଉପରେ ବସିଯାଉଛନ୍ତି ଯାହାଫଳରେ ବହୁ ଅସୁବିଧା ଭୋଗୁଛନ୍ତି ବୃଦ୍ଧବୃଦ୍ଧା ଓ ବୟସ୍କ ବ୍ୟକ୍ତି ।

ABOUT THE AUTHOR

...view details