ବେଙ୍ଗାଲୁରୁ: ଆଜି କାଲି ବିବାହର ମାଧ୍ୟମ ସାଜିଛି ଅନଲାଇନ ଡେଟିଂ ଆପ। ଏନେଇ ଘରେ ବସି ସହଜରେ ମନ ପସନ୍ଦର ଜୀବନ ସାଥି ଖୋଜୁଛନ୍ତି ଯୁବପିଢି। ହେଲେ ଏହି ଆପର ଅପବ୍ୟବହାର କରୁଛନ୍ତି ଅନେକ ବିବାହିତ ଯୁବକ। ଅନ୍ୟ ଦେଶ ଅପେକ୍ଷା ଡେଟିଂ ଆପରେ ଭାରତୀୟ ବିବାହିତ ପୁରୁଷଙ୍କ ସଂଖ୍ୟା ବଢିବାରେ ଲାଗିଛି।
ନିକଟରେ ଆସିଥିବା ରିପୋର୍ଟ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ପ୍ରାୟ 8 ଲକ୍ଷ ମହିଳା ଓ ପୁରୁଷ ବିବାହ ପରେ ମଧ୍ୟ ପରକୀୟା ପ୍ରୀତି ପାଇଁ ଡେଟିଂ ଆପର ବହୁଳ ବ୍ୟବହାର କରୁଛନ୍ତି । ଦେଶର ଇଲେକଟ୍ରୋନିକ୍ସ ରାଜଧାନୀ କୁହାଯାଉଥିବା ବେଙ୍ଗାଲୁରୁରେ ସର୍ବାଧିକ ଏପରି ବ୍ୟବହାରକାରୀ ଅଛନ୍ତି।
ନୂଆବର୍ଷର ରିଜୋଲ୍ୟୁସନ୍ ସ୍ବରୂପ ବେଶ କିଛି ଲୋକ ପରକୀୟା ପ୍ରୀତି ବାଛି ପାର୍ଟନରଙ୍କୁ ଧୋକା ଦେବାକୁ ପଛାଇ ନଥିବା ଏନେଇ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାୟ 300 ପ୍ରତିଶତ ଏହି ଆପ୍ଲିକେଶକୁ ସବସ୍କ୍ରାଇବ କରିଛନ୍ତି।