ଓଡିଶା

odisha

ETV Bharat / bharat

ଲକଡାଉନ: ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ 5 ଲକ୍ଷ ଚାଲାଣ, 16 ଗିରଫ - ଭାରତକୁ ଲକଡାଉନ ଘୋଷଣା

ଲକଡାଉନ ସମୟରେ ଆଗ୍ରାରୁ ମଧ୍ୟ ସେଇଭଳି କିଛି ମାମଲା ସାମ୍ନାକୁ ଆସିଛି । ଯେଉଁଠି ବିନା କୌଣସି କାରଣ ନଥାଇ ଘରୁ ବାହାରୁଥିବା ଅଭିଯୋଗରେ ପୋଲିସ 5 ଲକ୍ଷ ଟଙ୍କାର ଚାଲାଣ କାଟିଛି ।

violating rules in agra
ନିୟମ ଉଂଲ୍ଲଘନକାରୀଙ୍କ ବିରୋଧରେ 5ଲକ୍ଷ ଚାଲାଣ

By

Published : Mar 30, 2020, 10:14 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21ଦିନ ପାଇଁ ସାରା ଭାରତକୁ ଲକଡାଉନ ଘୋଷଣା ପରେ ସାରା ଭାରତରେ କଡାକଡି ହୋଇଛି ନିୟମ । ଅତି ଜରୁରୀକାଳିନ ସେବାକୁ ବାଦ ଦେଲେ କୌଣସି ପ୍ରକାର ଯାନବାହାନ ଗାଡି ଚଳାଚଳ, ସବୁ ଦୋକାନ ବଜାର ବନ୍ଦ ରହିଛି । ମାତ୍ର ଏହି ଲକଡାଉନ ନିୟମକୁ ଅନେକ ପାଳନ କରି କୋରୋନା ଭୟରେ ଘରେ ରହୁଥିବାବେଳେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କୌଣସି କାମ ନଥାଇ ବି ଅଯଥାରେ ବାହାରେ ବୁଲାବୁଲି କରୁଛନ୍ତି ।

ଏହି ଲକଡାଉନ ସମୟରେ ଆଗ୍ରାରୁ ମଧ୍ୟ ସେଇଭଳି କିଛି ମାମଲା ସାମ୍ନାକୁ ଆସିଛି । ଯେଉଁଠି ବିନା କୌଣସି କାରଣ ନଥାଇ ଘରୁ ବାହାରୁଥିବା ଅଭିଯୋଗରେ ପୋଲିସ 5 ଲକ୍ଷ ଟଙ୍କାର ଚାଲାଣ କାଟିଛି । ଏହାସହ ଧାରା 144ର ଉଲ୍ଲଂଘନ କରିବା ଅଭିଯୋଗରେ 15 ମାମଲା ଦାୟର କରି ସହର ସମେତ ଅନ୍ୟ 141 ସ୍ଥାନ ମାନଙ୍କରେ ବ୍ୟାରିକେଡ ଲଗାଇ ପୋଲିସ ମୁତୟନ ଅଛନ୍ତି । ତେବେ 23 ମାର୍ଚ୍ଚରୁ 28 ମାର୍ଚ୍ଚ ମଧ୍ୟରେ ପୋଲିସ 36,475 ଯାନବାହାନର ଯାଞ୍ଚ କରିଥିବାବେଳେ 3,999 ସଂଖ୍ୟକ ଯାନର ଚାଲାଣ କଟାଯାଇଛି । ଏହାସହ 546 ଯାନ ବାହାନକୁ ସିଜ କରିବା ସହ 16 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details