ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ବର ସବୁଠୁ ଅଧିକ ସଂକ୍ରମଣ ସ୍ଥାନ ଭାବେ ଭାରତ ରହିଛି । ପ୍ରତ୍ୟେକ ଦିନ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତୀବ୍ର ଗତିରେ ବଢୁଥିବା ସଂକ୍ରମଣ ମାମଲା ଏବେ 37 ଲକ୍ଷ ପାର କରିଛି।
ଡରାଉଛି କୋରୋନା: ଦେଶରେ 24 ଘଣ୍ଟାରେ 78,357 ପଜିଟିଭ୍, 1045 ମୃତ - india corona news
କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇ ବର୍ତ୍ତମାନ 37 ଲକ୍ଷ ପାର କରିଥିବାବେଳେ, 66 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ ସଂଖ୍ୟା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ ଗତ 24 ଘଣ୍ଟାରେ 78,357 କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, 1045 ଜଣ ଚିକିତ୍ସିତ ଥିବା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ସଂକ୍ରମଣ ସଂଖ୍ୟା 37,69,524ରେ ପହଞ୍ଚିଥିବାବେଳେ, 66,333 ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 8,01,282 ଜଣ ସୁସ୍ଥ ହୋଇଥିବାବେଳେ, ଭାବେ ବର୍ତ୍ତମାନ ପରିସ୍ଥିତିରେ 29,019,09 ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ଦେଶରେ ପ୍ରଥମେ ସର୍ବାଧିକ କୋରୋନା କେସ ଥିବା ରାଜ୍ୟ ଭାବେ ମହାରାଷ୍ଟ୍ର ରହିଥିବାବେଳେ, ଏବେ ଦ୍ବିତିୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ରହିଛି।