ଓଡିଶା

odisha

ETV Bharat / bharat

5000 ଆକ୍ରାନ୍ତ ଟପିବାରେ ଚତୁର୍ଥ ପାଲଟିବ ତାମିଲନାଡୁ

ତାମିଲନାଡୁରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିଛି । 24 ଘଣ୍ଟାରେ 2ଟି ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା 35 ରହିଛି । ଅଧିକ ପଢନ୍ତୁ...

5000 ଆକ୍ରାନ୍ତ ଟପିବାରେ ଚତୁର୍ଥ ପାଲଟିବ ତାମିଲନାଡୁ
5000 ଆକ୍ରାନ୍ତ ଟପିବାରେ ଚତୁର୍ଥ ପାଲଟିବ ତାମିଲନାଡୁ

By

Published : May 6, 2020, 11:14 PM IST

ଚେନ୍ନାଇ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ପାଖାପାଖି ପହଞ୍ଚିଲାଣି । ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ପ୍ରଥମ 3ଟି ଜାଗାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5000 ପାର କରିଥିବାବେଳେ ତାମିଲନାଡୁରେ ଖୁବଶିଘ୍ର ଏହା 5000 ଟପିବାର ଆଶଙ୍କା ସୃଷ୍ଟି ହୋଇଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ବୁଧବାର 771 ଜଣ କୋରୋନା ସଂକ୍ରମିତ ସ୍ପଷ୍ଟ ହୋଇଛନ୍ତି । ଫଳରେ ଏବେ ସୁଦ୍ଧା ମୋଟ ଆକ୍ରାନ୍ତ 4829 ଛୁଇଁଛି । ଗୁରୁବାର ଏହା 5000 ପାର କରିପାରେ ବୋଲି ଆଶା କରାଯାଉଛି ।

ତେବେ ତାମିଲନାଡୁରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିଛି । 24 ଘଣ୍ଟାରେ 2ଟି ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା 35 ରହିଛି । ଚେନ୍ନାଇରେ ସର୍ବାଧିକ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details