ହାଇଦ୍ରାବାଦ: 16 ଜୁଲାଇରେ ଆମେରିକା ପ୍ରଥମ ମାନବ ସଭ୍ୟତାର ବିଧ୍ବଂସକାରୀ ପରମାଣୁ ପରୀକ୍ଷା କରିଥିଲା । ଏହାପରେ ଏହି ଅସ୍ତ୍ରକୁ ଅଗଷ୍ଟ 1945 ରେ ହିରୋସିମା ଓ ନାଗାସାକି ଉପରେ ପକାଇଥିଲା । ଆଉ ବିଶ୍ବ ଏହାର ବିନାଶକାରୀ ଶକ୍ତି ହୃଦୟଙ୍ଗମ କରିଥିଲା ।
- ମ୍ୟାନହାଟନ୍ ପ୍ରକଳ୍ପ ଅଧୀନରେ ଥିବା ଆମେରିକା ପରମାଣୁ ବୋମା ବିକଶିତ କରିଥିଲା ।
- 1939 ମସିହାରେ ରାଷ୍ଟ୍ରପତି ରୁଜଭେଲ୍ଟଙ୍କ ଦ୍ବାରା ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ।
- 1943 ମସିହାରେ ପରମାଣୁ ବୋମା ନିର୍ମାଣ ଓ ପରୀକ୍ଷଣ ପାଇଁ ଲସ୍ ଆଲାମୋସ୍ ଲାବୋରେଟୋରୀ ନିର୍ମାଣ କରାଯାଇଥିଲା ।
- ଏହି ଲ୍ୟାବକୁ ପ୍ରୋଜେକ୍ଟ Y ଭାବରେ ଜଣାଶୁଣା । ବୈଜ୍ଞାନିକମାନେ 2 ପ୍ରକାରର ପରମାଣୁ ବୋମା ଉପରେ କାମ କରିଥିଲେ: ‘ଲିଟିଲ୍ ବଏ’ ନାମକ ଏକ ୟୁରାନିୟମ୍ ଆଧାରିତ ବୋମା ଓ ‘ଫ୍ୟାଟ୍ ମ୍ୟାନ୍’ ନାମକ ଏକ ପ୍ଲୁଟୋନିୟମ୍ ଆଧାରିତ ବୋମା ।
ଟ୍ରିନିଟି ପରୀକ୍ଷା-
16 ଜୁଲାଇ, 1945ରେ ଏହି ପରୀକ୍ଷା ସକାଳ 4ଟାରେ ହେବାର ଥିଲା ମାତ୍ର ଖରାପ ପାଗ କାରଣରୁ ଏହାକୁ ସକାଳ 5ଟା 30ରେ କରାଗଲା । ଆକାଶରେ ମେଘ ଥିବା ସତ୍ତ୍ବେ ଏହି ଟ୍ରିନିଟି ପରୀକ୍ଷା କରାଯାଇଥିଲା ।
ଏହି ବୋମାକୁ 100 ଫୁଟର ଷ୍ଟିଲ ଟାୱାରରେ ରଖାଯାଇଥିଲା ଯାହା ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଆମେରିକା ପ୍ଲୁଟୋନିୟମ୍ ଆଧାରିତ ବୋମା ବିସ୍ଫୋରଣ କରିଥିଲା । ସାଧାରଣତଃ ବ୍ୟବହୃତ ବିସ୍ଫୋରକ 15,000-20,000 ଟନ୍ TNT ବିସ୍ଫୋରଣ ସହିତ ସମାନ ଅଟେ ।
ମ୍ୟାନହଟନ୍ ପ୍ରୋଜେକ୍ଟର ଡେପୁଟି କମାଣ୍ଡର ଜେନେରାଲ୍ ଥୋମାସ୍ ଫାରେଲ୍ ଏହି ବିସ୍ଫୋରଣକୁ ଗୋଲ୍ଡେନ୍, ବାଇଗଣୀ, ଧୂସର ଓ ନୀଳ ବୋଲି ବର୍ଣ୍ଣନା କରିଥିଲେ। ଏହା ନିକଟସ୍ଥ ପାର୍ବତ୍ୟର ପ୍ରତ୍ୟେକ ଶିଖରକୁ ଆଲୋକିତ କରିଦେଇଥିଲା ଯାହାକୁ ବର୍ଣ୍ଣନା କରାଯାଇପାରିବ ନାହିଁ କିନ୍ତୁ କଳ୍ପନା କରାଯିବା ଆବଶ୍ୟକ । ମହାନ କବିମାନେ ସେହି ସୌନ୍ଦର୍ଯ୍ୟକୁ ସ୍ବପ୍ନରେ ଦେଖନ୍ତି ।
ପ୍ରୋଜେକ୍ଟର ଖର୍ଚ୍ଚ ହୋଇଥିବା ଅର୍ଥ-
ଏହି ପ୍ରକଳ୍ପ ପାଇଁ ମୂଳ ବଜେଟ୍ 6,000 ଡଲାର ଥିଲା କିନ୍ତୁ 1941 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଯୋଗଦେବାକୁ ଆମେରିକୀୟ ନିଷ୍ପତ୍ତି ନେବା ପରେ ପାଣ୍ଠିର ସମସ୍ତ ସୀମା ହଟାଇ ଦିଆଯାଇଥିଲା। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ 2 ବିଲିୟନ ଡଲାର ବୋଲି କୁହାଯାଉଛି।
ପରମାଣୁ ଯୁଗ-
ଆମେରିକା ଏକ ଆଣବିକ ଶକ୍ତି ବିଷୟରେ ବିଶ୍ବରୁ ଜଣାଇବା ପରେ ଅନେକ ଦେଶ ଏକ୍ଷେତ୍ରରେ ସାମିଲ ହେଲେ । ଭାରତ, ପାକିସ୍ତାନ, ଦକ୍ଷିଣ କୋରିଆ ଓ ଇସ୍ରାଏଲରେ ମଧ୍ୟ ପରମାଣୁ ଅସ୍ତ୍ର ରହିଛି। ମାତ୍ର କେବଳ 5 ଟି ଭିଟୋ ପାୱାର୍ ରାଷ୍ଟ୍ର ଆଣବିକ ଶକ୍ତି ନାଟୋୟାନ୍ ଭାବରେ ସ୍ବୀକୃତିପ୍ରାପ୍ତ । ଇସ୍ରାଏଲର ପରମାଣୁ ପରୀକ୍ଷଣର କୌଣସି ଇତିହାସ ନାହିଁ ।
ଆମେରିକା ଜୁଲାଇ 16, 1945ରେ ପ୍ରଥମେ ପରମାଣୁ ପରୀକ୍ଷଣ କରିଥିବା ବେଳେ ଋଷ୍ ଅଗଷ୍ଟ 1949ରେ ପରୀକ୍ଷା କରିଥିଲା । ଏହାପରେ ବ୍ରିଟେନ, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ, ଉତ୍ତରକୋରିଆ, ଇସ୍ରାଏଲ ପରମାଣୁ ପରୀକ୍ଷଣ କରିଛନ୍ତି ।
ନିମ୍ନରେ କିଛି ଶକ୍ତିଶାଳୀ ପରମାଣୁ ବୋମା-
1. ଋଷର Tsar Bomba (RDS-220 hydrogen bomb)-
RDS-220 ହାଇଡ୍ରୋଜେନ୍ ବୋମା । ଏହାକୁ ଟାର୍ ବମ୍ବା ନାମରେ ମଧ୍ୟ କୁହାଯାଏ । ଏହା ସର୍ବ ବୃହତ ତଥା ଶକ୍ତିଶାଳୀ ଥର୍ମୋ ଆଣବିକ ବୋମା ଅଟେ । ଏହା 3,800 ହିରୋସିମା ବୋମା ବିସ୍ଫୋରଣରୁ ବିସ୍ଫୋରକ ଶକ୍ତି ସହିତ ସମାନ ବୋଲି ବିଶ୍ବାସ କରାଯାଏ । ଏହାକୁ 1961 ରେ ପରୀକ୍ଷା କରାଯାଇଥିଲା |
2. ଆମେରିକାର B41 nuclear bomb-
B41 କିମ୍ବା Mk-41 ହେଉଛି ଆମେରିକା ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ଥର୍ମୋନ୍ୟୁକ୍ଲିୟର ଅସ୍ତ୍ର । 1960 ରୁ 1962 ମଧ୍ୟରେ ପ୍ରାୟ 500 ବୋମା ଉତ୍ପାଦନ କରାଯାଇଥିଲା । ଜୁଲାଇ 1976 ପର୍ଯ୍ୟନ୍ତ ଏହା କ୍ଷମତାରେ ରହିଥିଲା ।
3.ଆମେରିକାର TX-21 ‘Shrimp’ (Castle Bravo)-
1 ମାର୍ଚ୍ଚ 1954 ରେ ଆମେରିକାର ଦ୍ବାରା ଏହାର ପରୀକ୍ଷଣ କରାଯାଇଥିଲା । ମାର୍ସଲ ଦ୍ବୀପପୁଞ୍ଜର ବିକିନି ଅଟଲୋ ଠାରେ ଏହି ପରୀକ୍ଷଣ କରାଯାଇଥିଲା ।
4.ଆମେରିକାର Mk-17/EC-17-
Mk-17, ଓଜନ 18t ରୁ ଅଧିକ । ଆମେରିକା ଦ୍ବାରା ନିର୍ମିତ ସବୁଠାରୁ ଭାରୀ ଥର୍ମୋନ୍ୟୁକ୍ଲିୟର ଆଣବିକ ଅସ୍ତ୍ର । ଏହା ମଧ୍ୟ ଆମେରିକାର ବାୟୁସେନାର ପ୍ରଥମ କାର୍ଯ୍ୟକ୍ଷମ ହାଇଡ୍ରୋଜେନ୍ ବୋମା ଥିଲା ।
5.ଆମେରିକାର MK 24/B-24-
Mk-24 ଥର୍ମୋନ୍ୟୁକ୍ଲିୟର ବୋମା, ଏହା ଆମେରିକା ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ଆଣବିକ ଅସ୍ତ୍ର । 10Mt ରୁ 15Mt ପର୍ଯ୍ୟନ୍ତ ବିସ୍ଫୋରକ ଶକ୍ତି ଅଛି ଏହାର ।
ପରମାଣୁ ପରୀକ୍ଷା ଏବଂ ପରିବେଶ ସମସ୍ୟା-
ପରୀକ୍ଷଣ ପାଇଁ ସ୍ଥାନ-
ପରୀକ୍ଷଣ ପାଇଁ ସ୍ଥାନ ବାଛିବା ସର୍ବଦା ଏକ ବିବାଦର ବିଷୟ ହୋଇଆସୁଛି ।
- କାଜାଖସ୍ଥାନରେ ସୋଭିଏତ ପରମାଣୁ ପରୀକ୍ଷଣ କରିଥାଏ ।
- ଜିନଜିଆଙ୍ଗ ଉଇଗୁର୍ ସ୍ବୟଂଶାସିତ ଅଞ୍ଚଳର ଲୋପ୍ ନୁରରେ ଚୀନ ପରମାଣୁ ପରୀକ୍ଷଣ କରିଥାଏ ।
- ଅଷ୍ଟ୍ରେଲିଆରେ ମାରାଲିଙ୍ଗା ତାଜାରୁଜା ମରୁଭୂମିରେ ଓ ଏହାର ବୃହତ ଥର୍ମୋନ୍ୟୁକ୍ଲିୟର ପରୀକ୍ଷଣ ବିସ୍ଫୋରଣ କରିଥାଏ । ବ୍ରିଟେନର ଗିଲବର୍ଟ ଓ ଏଲିସ ଦ୍ବୀପପୁଞ୍ଜରେ ବ୍ରିଟେନ ଏହାର ପରମାଣୁ ପରୀକ୍ଷଣ ବିସ୍ଫୋରଣ କରିଥାଏ।
- ଫ୍ରାନ୍ସ ଏହାର ତତ୍କାଳୀନ କଲୋନୀ ଆଲଜେରିଆରେ ଏହାର ପରମାଣୁ ପରୀକ୍ଷଣ କରିଥିଲା ।
ପରିବେଶ ପ୍ରଭାବ
- ଏହି ପରୀକ୍ଷଣ ଗୁଡିକର ଦୀର୍ଘକାଳୀନ ପ୍ରଭାବ ପରିବେଶ ଉପରେ ପଡିଥାଏ । ଭୂକମ୍ପ, ସୁନାମି ଓ ଅନ୍ୟାନ୍ୟ ଭୌଗୋଳିକ ଓ ହାଇଡ୍ରୋଲୋଜିକାଲ୍ ପ୍ରଭାବରେ ଦୃଶ୍ୟମାନ ହୋଇଛି ।
- ପରମାଣୁ ପରୀକ୍ଷଣ ସ୍ବାସ୍ଥ୍ୟ ଓ ପରିବେଶ ଉପରେ ପ୍ରଭାବ ରହିଛି । ଅନେକ ଦଶନ୍ଧି ଧରି ପରମାଣୁ ପରୀକ୍ଷଣର ପରିଣାମ ସ୍ବରୂପ ବାୟୁମଣ୍ଡଳ, ମାଟି ଓ ପାଣିରେ ପ୍ରଚୁର ପରିମାଣର ରେଡିଓଆକ୍ଟିଭ୍ ସାମଗ୍ରୀ (ଯଥା ଆୟୋଡିନ୍ -131, ଷ୍ଟ୍ରୋଣ୍ଟିଅମ୍ -90 ଏବଂ ସେସିୟମ୍ -137) ମୁକ୍ତ ହୋଇଛି ।
- 1960 ଓ 1970 ଦଶକରେ ପଲିନେସିଆରେ ଫରାସୀ ଆଣବିକ ପରୀକ୍ଷଣ ଦ୍ବାରା ସିଗୁଏଟେର ସାମୁଦ୍ରିକ ଖାଦ୍ୟ ବିଷାକ୍ତ ହେବାର କାରଣ ହୋଇଥିଲା। ଆମେରିକାର ନେଭାଡା ରାଜ୍ୟରେ ପରୀକ୍ଷା ସ୍ଥାନ ନିକଟରେ ରହୁଥିବା ପରିବାର ଉପରେ କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରେ ଲିମ୍ଫୋମା, ଥାଇରଏଡ୍ କର୍କଟ ରୋଗ, ସ୍ତନ କର୍କଟ, ମେଲାନୋମା, ହାଡ କର୍କଟ ଓ ମସ୍ତିଷ୍କ ଟ୍ୟୁମରରେ ବୃଦ୍ଧି ଘଟିଥିବାର ଦେଖାଯାଇଥିଲା।
- ପ୍ରଶାନ୍ତ ମହାସାଗରର ଅଧିକାଂଶ ଛୋଟ ଦ୍ବୀପପୁଞ୍ଜରେ ଯେଉଁଠାରେ ଆଣବିକ ପରୀକ୍ଷଣ କରାଯାଇଥିଲା । ସେଠାରେ ଜମି ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ଲୋକେ ବିସ୍ଥାପିତ ହୋଇଥିଲେ। ସ୍ଥାନୀୟ ଐତିହ୍ୟ ଉପରେ ଏହାର ପ୍ରଭାବ ଭୟଙ୍କର ହୋଇଛି।
ଯେତେବେଳେ ବିଶ୍ବ ଆଣବିକ ବିବାଦର ନିକଟତର ହେଲା-
1962 କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ:
1962 ମସିହାରେ କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ସମୟରେ ଆମେରିକା ଓ ସୋଭିଏତ୍ ୟୁନିଅନ୍ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ ମାତ୍ର ପରେ ଶତ୍ରୁତା ବନ୍ଦ ହୋଇଯାଇଥିଲା ।
ସୋଭିଏତ ସବମରିନ୍ ଓ ଆମେରିକା ଯୁଦ୍ଧ ବିମାନ ମଧ୍ୟରେ ଲଢେଇ-
1962 ମସିହାରେ କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ସମୟରେ ଏକ ସୋଭିଏତ୍ ସବମରିନ୍ ବି-59 କୁ ଚିହ୍ନଟ କରାଯାଇଥିଲା । ଏହା ଆମେରିକାର ନୌସେନା ଚାରିପାଖରେ ଥିବା ଅବରୋଧକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା। ବି-59 ର କ୍ୟାପଟେନ ଭାଲେଣ୍ଟିନ୍ ସାଭିଟସ୍କି ସବମରିନ୍ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛି ଓ ଆଣବିକ ଟର୍ପେଡୋ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ପାଇଁ ପ୍ରସ୍ତୁତ ଥିଲେ ।
ଅଣ-ଆଣବିକ ଶକ୍ତି ବିସ୍ତାର ଉପରେ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ-
ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) 1957 ମସିହାରେ ନଲସେୟାର ଟେକ୍ନୋଲୋଜିର ଶାନ୍ତିପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ ତଥା ତଦାରଖ କରିବାର ମିଶନ୍ ସହିତ ସୃଷ୍ଟି କରାଯାଇଥିଲା । ଅଗଷ୍ଟ 5, 1963 ରେ ଆମେରିକା, ସୋଭିଏତ୍ ୟୁନିଅନ୍ ଓ ଗ୍ରେଟ୍ ବ୍ରିଟେନର ପ୍ରତିନିଧୀମାନେ ସୀମିତ ଆଣବିକ ପରୀକ୍ଷଣ ନିଷେଧ ଚୁକ୍ତିନାମା ସ୍ବାକ୍ଷର କରିଥିଲେ । ଏହା ମହାକାଶ, ଜଳ କିମ୍ବା ବାୟୁମଣ୍ଡଳରେ ପରମାଣୁ ଅସ୍ତ୍ର ପରୀକ୍ଷାକୁ ବାରଣ କରିଥିଲା।
ଜୁନ 12, 1968:ଆଣବିକ ବିସ୍ତାର ଚୁକ୍ତିନାମା (NPT) ର ଡ୍ରାଫ୍ଟ ପାଠ୍ୟକୁ ସମର୍ଥନ କରି ମିଳିତ ଜାତିସଂଘ ସାଧାରଣ ସଭା 2373 ରେଜୋଲୁସନ ଗ୍ରହଣ କରିଥିଲା ।
26.05.1972: ଆମେରିକାର ରାଷ୍ଟ୍ରପତି ରିଚାର୍ଡ ଏମ୍ ନିକ୍ସନ୍ ଓ ସୋଭିଏତ୍ ନେତା ଲିଓନିଡ୍ ବ୍ରଜନେଭ ମଧ୍ୟବର୍ତ୍ତୀ ଷ୍ଟ୍ରାଟେଜିକ୍ ଆର୍ମସ୍ ଲିମିଟେସନ୍ ଟକ୍ ଚୁକ୍ତି (SALT ) ସ୍ବାକ୍ଷର କରିଥିଲେ । ଏହା ଶୀତଳ ଯୁଦ୍ଧରେ ଆମେରିକା ଓ ସୋଭିଏତ୍ ୟୁନିଅନ୍ ମଧ୍ୟରେ ପ୍ରଥମ ଚୁକ୍ତି ହୋଇଥିଲା।
ଏପ୍ରିଲ୍ 11, 1995: ମିଳିତ ଜାତିସଂଘ ସୁରକ୍ଷା ପରିଷଦ 984 ରେଜୋଲୁସନ ଗ୍ରହଣ କରିଛି ।
1996: ମିଳିତ ଜାତିସଂଘର ସାଧାରଣ ସଭା ବିସ୍ତୃତ ଆଣବିକ ପରୀକ୍ଷଣ ନିଷେଧ ଚୁକ୍ତିନାମା ଗ୍ରହଣ କରି କୌଣସି ଆଣବିକ ଅସ୍ତ୍ର ପରୀକ୍ଷଣ କିମ୍ବା ଅନ୍ୟ କୌଣସି ଆଣବିକ ବିସ୍ଫୋରଣକୁ ନିଷିଦ୍ଧ କରିଥିଲା।
ଫେବୃଆରୀ 5, 2011:ନୂତନ ଷ୍ଟ୍ରାଟେଜିକ୍ ଅସ୍ତ୍ରଶସ୍ତ୍ର ହ୍ରାସ ଚୁକ୍ତି ( START) କାର୍ଯ୍ୟକାରୀ ହେଲା । ରଣନୈତିକ ତଥା ଆକ୍ରମଣାତ୍ମକ ଅସ୍ତ୍ର ହ୍ରାସ କରିବାକୁ ଆମେରିକା ଓ ଋଷ ରାଜି ହୋଇଛନ୍ତି। ଚୁକ୍ତିନାମାର ସୀମା ଫେବୃଆରୀ 5, 2018 ସୁଦ୍ଧା ପହଞ୍ଚିବା ଜରୁରୀ । ନୂତନ START ନିୟୋଜିତ ରଣନୈତିକ ପରମାଣୁ ୱାରହେଡ୍ ଓ ବୋମା ସଂଖ୍ୟାକୁ ହ୍ରାସ କରିଛି ।
ଜୁନ୍ 2011: ବ୍ରିଟେନ ଏହାର ନିୟୋଜିତ ଆଣବିକ ଶକ୍ତିରେ ସ୍ବେଚ୍ଛାକୃତ ଯୋଜନାବଦ୍ଧ ହ୍ରାସ ଘୋଷଣା କରିଛି ଯାହା 2015 ଆରମ୍ଭ ସୁଦ୍ଧା ସମ୍ପନ୍ନ ହେବ। ସମ୍ପୂର୍ଣ୍ଣ ହେବା ପରେ ବ୍ରିଟେନରେ 120 ରୁ ଅଧିକ ନିୟୋଜିତ ରଣନୈତିକ ୱାରହେଡ୍ ରହିବ ନାହିଁ । ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ସମର୍ଥନ କରିବା ପାଇଁ 60 ଟି ୱାରହେଡ୍ ସଂରକ୍ଷଣରେ ରହିବ। 2020 ଦଶକ ମଧ୍ୟଭାଗରେ ସମସ୍ତ ଅତିରିକ୍ତ ୱାରହେଡକୁ ନଷ୍ଟ କରାଯିବ ।
7 ଜୁଲାଇ 2017:ମିଳିତ ଜାତିସଂଘର ଏକ ସମ୍ମିଳନୀରେ ଆଣବିକ ଅସ୍ତ୍ର ନିଷେଧ ଚୁକ୍ତିନାମା ଗ୍ରହଣ କରିଥିଲା । ଏହା ଆଣବିକ ଅସ୍ତ୍ରଶସ୍ତ୍ରକୁ ନିଷିଦ୍ଧ କରିବା ପାଇଁ ପ୍ରଥମ ଅନ୍ତର୍ଜାତୀୟ ଚୁକ୍ତିନାମା, ବିକାଶ, ଅଧିଗ୍ରହଣ, ପରୀକ୍ଷଣ, ବ୍ୟବହାର ଧମକ ଓ ଅଧିକାର ଉପରେ ନିଷେଧାଦେଶ ଅନ୍ତର୍ଭୁକ୍ତ କରିଥିଲା।