ଓଡିଶା

odisha

ETV Bharat / bharat

ଜେଇଇ ପରୀକ୍ଷାକୁ ନେଇ କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ - JEE exam

କୋରୋନା କାଳରେ ଅନେକ ବିରୋଧ ପରେ ଦେଶରେ ଜେଇଇ ଓ ନିଟ୍ ପରୀକ୍ଷାର ଆୟୋଜନ କରାଯାଇଥିବାରୁ ପଶ୍ଚିମବଙ୍ଗର 75 ପ୍ରତିଶତ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷାରେ ଭାଗ ନେଇ ପାରିନାହାନ୍ତି । ଅଧିକ ପଢନ୍ତୁ...

ଜେଇଇ ପ୍ରଥମ ଦିନରେ ପଶ୍ଚିମବଙ୍ଗରେ ୭୫% ପରୀକ୍ଷାର୍ଥୀ ଦେଇ ପାରିଲେନି ପରୀକ୍ଷା
ଜେଇଇ ପ୍ରଥମ ଦିନରେ ପଶ୍ଚିମବଙ୍ଗରେ ୭୫% ପରୀକ୍ଷାର୍ଥୀ ଦେଇ ପାରିଲେନି ପରୀକ୍ଷା

By

Published : Sep 3, 2020, 12:33 PM IST

କୋଲକାତା: କୋରୋନା କାଳରେ ଅନେକ ବିରୋଧ ପରେ ଦେଶରେ ଜେଇଇ ଓ ନିଟ୍ ପରୀକ୍ଷାର ଆୟୋଜନ କରାଯାଇଥିବାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର 75 ପ୍ରତିଶତ ପରୀକ୍ଷାର୍ଥୀ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷାରେ ଭାଗ ନେଇ ପାରି ନଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ଅନ୍ୟ ରାଜ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ତାଙ୍କ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ, ମାତ୍ର ପରୀକ୍ଷାର ପ୍ରଥମ ଦିନ ମଙ୍ଗଳବାର ୪୬୫୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୧୧୬୭ ଜଣ ଜେଇଇ ପରୀକ୍ଷା ଦେଇ ପାରିଛନ୍ତି। ପରୀକ୍ଷାର୍ଥୀମାନେ ଏବେ ବଡ ସମସ୍ୟା ଭିତରେ ଅଛନ୍ତି। ପଶ୍ଚିମବଙ୍ଗର ମାତ୍ର 25 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିଥିବାବେଳେ 75 ପ୍ରତିଶତ ଲୋକ ପରୀକ୍ଷା ଦେଇ ପାରି ନାହାନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି ।

ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ପ୍ରାୟ ୫୦ ପ୍ରତିଶତରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଇପାରି ନାହାଁନ୍ତି। ଉଲ୍ଲେଖନୀୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ତେବେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରମାନଙ୍କ ବିଭାଗରେ ମଧ୍ୟ ବିରୋଧ ଦେଖିବାକୁ ମିଳିଛି। ଏହା ପରେ ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଯେଉଁମାନେ ପରୀକ୍ଷା ଦେଇପାରିବେ ନାହିଁ ସେମାନଙ୍କ ପୁନର୍ବିଚାର କରିବାକୁ ମମତା ବାନାର୍ଜୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ABOUT THE AUTHOR

...view details