ଓଡିଶା

odisha

ETV Bharat / bharat

ବଦଳିଲା ଜେଇଇ ମେନ ମାପଦଣ୍ଡ, ଆସନ୍ତା 21-22 ଶିକ୍ଷାବର୍ଷ ପାଇଁ ବାଧ୍ୟତମୂଳକ ନୁହେଁ ଦ୍ବାଦଶରେ 75%

ଜେଇଇ (ଆଡଭାନ୍ସଡ) ପାଇଁ ନିର୍ଦ୍ଧାରିତ କରାଯାଇଥିବା ମାପଦଣ୍ଡକୁ କୋହଳ କରିଛନ୍ତି କେନ୍ଦ୍ର ସରକାର । ଏଣିକି ଆଉ ଆବଶ୍ୟକ ହେବ ନାହିଁ ଦ୍ବାଦଶରେ 75 ପ୍ରତିଶତ ମାର୍କ । ପଢନ୍ତୁ ଅଧିକ....

ବଦଳିଲା ଜେଇଇ ମେନ  ମାପଦଣ୍ଡ, ଆସନ୍ତା 21-22ଶିକ୍ଷାବର୍ଷ ପାଇଁ  ବାଧ୍ୟତମୂଳକ ନୂହେଁ ଦ୍ବାଦଶରେ 75 ପ୍ରତିଶତ
ବଦଳିଲା ଜେଇଇ ମେନ ମାପଦଣ୍ଡ, ଆସନ୍ତା 21-22ଶିକ୍ଷାବର୍ଷ ପାଇଁ ବାଧ୍ୟତମୂଳକ ନୂହେଁ ଦ୍ବାଦଶରେ 75 ପ୍ରତିଶତ

By

Published : Jan 19, 2021, 8:56 PM IST

ନୂଆଦିଲ୍ଲୀ: ଜେଇଇ (ଆଡଭାନ୍ସଡ) ପାଇଁ ନିର୍ଦ୍ଧାରିତ କରାଯାଇଥିବା ମାପଦଣ୍ଡକୁ କୋହଳ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା 21-22 ଶିକ୍ଷା ବର୍ଷ ପାଇଁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜେଇଇ ମେନ ପ୍ରବେଶିକା ପରୀକ୍ଷା ପାଇଁ ଦ୍ବାଦଶରେ 75% ମାର୍କ ବାଧ୍ୟତାମୂଳକ ସର୍ତ୍ତାବଳୀକୁ ବାଦ ଦେବା ପାଇଁ ନିଷ୍ପତ୍ତି ନେଇଛି ଶିକ୍ଷା ମନ୍ତ୍ରଣାଳୟ ।

ବଦଳିଲା ଜେଇଇ ମେନ ମାପଦଣ୍ଡ, ଆସନ୍ତା 21-22ଶିକ୍ଷାବର୍ଷ ପାଇଁ ବାଧ୍ୟତମୂଳକ ନୂହେଁ ଦ୍ବାଦଶରେ 75 ପ୍ରତିଶତ

ଆସନ୍ତା ଶିକ୍ଷାବର୍ଷ (2021-2022) ପାଇଁ NIT, IIIT, SPA ଏବଂ ଅନ୍ୟାନ୍ୟ CFTI ଗୁଡ଼ିକରେ ନାମ ଲଖା କେବଳ ଜେଇଇ ରାଙ୍କ ଆଧାରରେ ହୋଇ ପାରିବ । ଦ୍ବାଦଶ ଶ୍ରେଣୀରେ ପାର୍ଥୀଙ୍କୁ 75 ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ ହୋଇ ରହିବ ନାହିଁ ।

ପୂର୍ବରୁ ତଥା ଚଳିତ ବର୍ଷର ଛାତ୍ରଛାତ୍ରୀ ମାନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (IIEST), ଶିବପୁର (ପଶ୍ଚିମବଙ୍ଗ) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ କେନ୍ଦ୍ରୀୟ ବୈଷୟିକ ପ୍ରତିଷ୍ଠାନରେ ପାଠ ପଢିବା ପାଇଁ ଜେଇଇ ର୍ୟାଙ୍କ ସହ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଅତି କମରେ 75% ମାର୍କ ହାସଲ କରିବା ଉଚିତ୍ କିମ୍ବା ଶ୍ରେଷ୍ଠ 20 ପ୍ରତିଶତରେ ରହିବା ବାଧ୍ୟତାମୂଳକ ରହିଥିଲା । ସେହିପରି ଏସସି / ଏସଟି ଛାତ୍ରମାନଙ୍କ ପାଇଁ ଯୋଗ୍ୟତା ମାପଦଣ୍ଡ 65% ମାର୍କ ରହିଥିଲା ।

କିନ୍ତୁ ଏହି ନିର୍ଦ୍ଦେଶାବଳୀ 2021-2022 ଶିକ୍ଷାବର୍ଷ ପାଇଁ କୋହଳ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଆଡମିଶନ ପାଇଁ ଦ୍ବାଦଶରେ 75% ମାର୍କ ଯୋଗ୍ୟତା ମାନଦଣ୍ଡ ଛାଡ କରିବାକୁ ଶିକ୍ଷା ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details