ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାର 'ଆରୋଗ୍ୟ ସେତୁ' ଆପ୍ ଲଞ୍ଚ୍ କରିବା ପରେ ଏହାର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । କୋରୋନା ଭୂତାଣୁ ସଂକ୍ରମଣକୁ ଟ୍ରାକ୍ କରିବା ପାଇଁ ଭାରତରେ ଏବେ 75 ମିଲିୟନ ଲୋକେ ମୋବାଇଲ୍ ଫୋନରେ ଡାଉନଲୋଡ୍ କରିଛନ୍ତି । ବର୍ତ୍ତମାନ କୋଭିଡ୍ -19 ମହାମାରୀର ମୁକାବିଲା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ଭାବରେ ଉଭା ହୋଇଛି ଏହି ଆପ ।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଯୋଗାଯୋଗ ଏବଂ ଏଚଆରଡି ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଶୁକ୍ରବାର ଏକ ଭିଡିଓ କନଫରେନ୍ସ ଜରିଆରେ କୋଭିଡ -19 ଲକଡାଉନ ସମୟରେ ବିଭିନ୍ନ ବିଭାଗ ଦ୍ବାରା ନିଆଯାଇଥିବା ପଦକ୍ଷେପ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା କରିଛନ୍ତି ।