ଓଡିଶା

odisha

By

Published : Aug 15, 2020, 12:18 PM IST

ETV Bharat / bharat

ବଦଳିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ! ଏମିତି ସୂଚନା ଦେଲେ ମୋଦି

ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଝିଅ ବିବାହ ବୟସର ସର୍ବନିମ୍ନ ବୟସ ପରିବର୍ତ୍ତନ ନେଇ ଏକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବଦଳିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ
ବଦଳିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ

ନୂଆଦିଲ୍ଲୀ: ଆଜି 74 ତମ ସ୍ବାଧୀନତା ଦିବସ । ଏହି ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ଆତ୍ମନିର୍ଭର ହେବାକୁ ଆହ୍ବାନ କରିବା ସହ ଲୋକାଲ ଫର ଭୋକାଲ ମଧ୍ୟ ଗୁରୁତ୍ବ ଦେଇଥିଲେ । ସୀମା ବିବାଦ ଠାରୁ କୋରୋନା ମହାମାରୀ ଲଢେଇ ସମ୍ପର୍କରେ ଆମ ଯୋଦ୍ଧାମାନଙ୍କୁ ସାହସକୁ ବଖାଣି ଥିଲେ । ଏଥିସହ ସେ ମହିଳା ଓ ଝିଅ ମାନଙ୍କ ସଲାମ ଜଣାଇଥିଲେ । ଏହି ଅବସରରେ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ପରିବର୍ତ୍ତନ ନେଇ ସରକାର ଯୋଜନା କରୁଥିବା କହିଛନ୍ତି ପିଏମ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ଉପରେ ପୁନର୍ବିଚାର କରିବାର ପାଇଁ କମିଟି ଗଠନ କରିଛନ୍ତି । ଏହାର ରିପୋର୍ଟ ଆସିବା ପରେ ଝିଅମାନଙ୍କ ବିବାହ ବୟସ ଉପଯୁକ୍ତ ବର୍ଷ ଘୋଷଣା କରାଯିବ ।

ଝିଅଙ୍କ ସର୍ବନିମ୍ନ ବିବାହ ବୟସ ପରିବର୍ତ୍ତନ ପଛରେ କୁହାଯାଉଛି ମାତୃ ମୃତ୍ୟୁ ହାରକୁ ହ୍ରାସ କରିବା । ପିଏମଙ୍କ ଏହି ଘୋଷଣା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏକ ରାୟ ଶୁଣାଣି କରି କହିଥିଲେ, ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଅବୈଧ ଘୋଷଣା କରାଯିବ ଉଚିତ । ଏଥିସହ ସରକାର ବିବାହ ବୟସ ଉପରେ ପୁଣି ପୁନର୍ବିଚାର କରିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ଗତ ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ମହିଳାମାନଙ୍କୁ ମା’ଙ୍କ ହେବା ପାଇଁ ସଠିକ ବୟସ ସମ୍ପର୍କରେ ପରାମର୍ଶ ଦେବାକୁ ଏକ ଟାକ୍ସ ଫୋର୍ସ ଗଠନ କରାଯିବ ।

ABOUT THE AUTHOR

...view details