ଓଡିଶା

odisha

ETV Bharat / bharat

74 ଲକ୍ଷ ବ୍ୟାଙ୍କ ଖାତାକୁ 1,112କୋଟି ଦେବେ ତେଲେଙ୍ଗାନା ସରକାର - corona update

କୋରୋନା ଭାଇରସ କାରଣରୁ ଲକ୍ ଡାଉନ୍ ସମୟରେ ଗରିବଙ୍କ ସହାୟତା ପାଇଁ ଆଜି(ମଙ୍ଗଳବାର) ପ୍ରାୟ 74 ଲକ୍ଷ ଲୋକଙ୍କୁ ସହାୟତା କରାଯିବା ନେଇ ତେଲେଙ୍ଗାନା ପୌରପାଳିକା ପ୍ରଶାସନ ମନ୍ତ୍ରୀ କେ ଟି ରାମା ରାଓ ସୋମବାର କହିଛନ୍ତି ।

telengana cm
ତେଲେଙ୍ଗାନା ସରକାର

By

Published : Apr 14, 2020, 10:11 AM IST

ହାଇଦ୍ରାବାଦ: କୋରୋନା ଭାଇରସ କାରଣରୁ ଲକ୍ ଡାଉନ୍ ସମୟରେ ଗରିବଙ୍କ ସହାୟତା ପାଇଁ ଆଜି(ମଙ୍ଗଳବାର) ପ୍ରାୟ 74 ଲକ୍ଷ ଲୋକଙ୍କୁ ସହାୟତା କରାଯିବା ନେଇ ତେଲେଙ୍ଗାନା ପୌରପାଳିକା ପ୍ରଶାସନ ମନ୍ତ୍ରୀ କେ ଟି ରାମା ରାଓ ସୋମବାର କହିଛନ୍ତି । ସମସ୍ତ ଆକାଉଣ୍ଟକୁ 1,500 ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ସେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସରକାର ପ୍ରାୟ 1,112 କୋଟି ଟଙ୍କା ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଥିବା 76 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 87 ପ୍ରତିଶତ ଲୋକଙ୍କୁ ତିନି ଲକ୍ଷ ଟନରୁ ଅଧିକ ମାଗଣା ଚାଉଳ ବଣ୍ଟନ କରାଯାଇଛି।

ଲକ୍ ଡାଉନ୍ କାରଣରୁ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟର 87.59 ଲକ୍ଷ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କୁ 12 କିଲୋଗ୍ରାମ ଚାଉଳ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହ ଏହା ମଧ୍ୟ କୁହାଯାଇଛି ଯେ ସମସ୍ତ ଖାଦ୍ୟ ସୁରକ୍ଷା କାର୍ଡ ଧାରଣକାରୀ ପରିବାରକୁ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଖର୍ଚ୍ଚ ପୂରଣ ପାଇଁ 1,500 ଟଙ୍କା ସହାୟତା ପ୍ରଦାନ କରାଯିବ।

@PTI

ABOUT THE AUTHOR

...view details