ଓଡିଶା

odisha

ETV Bharat / bharat

ଭୋପାଳରେ 71 ଜମାତି ଗିରଫ, ବିଭିନ୍ନ ଥାନାରେ ମାମଲା ମାମଲା ରୁଜୁ - bhopal police

ଭୋପାଳ ପୋଲିସ 71 ଜମାତିଙ୍କୁ ଗିରଫ କରିଛି । ସେଥିମଧ୍ୟରୁ 35 ଜଣଙ୍କୁ ଜେଲ ପଠାଯାଇଛି । ଏଥିସହିତ ଅବଶିଷ୍ଟ 36 ଜଣଙ୍କ ଭିସା ଯାଞ୍ଚ କରାଯାଉଛି । ଅଧିକ ପଢନ୍ତୁ...

ଭୋପାଳରେ 71 ଜମାତି ଗିରଫ, ବିଭିନ୍ନ ଥାନାରେ ମାମଲା ମାମଲା ରୁଜୁ
ଭୋପାଳରେ 71 ଜମାତି ଗିରଫ, ବିଭିନ୍ନ ଥାନାରେ ମାମଲା ମାମଲା ରୁଜୁ

By

Published : May 16, 2020, 11:46 AM IST

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ପୋଲିସ 71 ଜମାତିଙ୍କୁ ଗିରଫ କରିଛି । ସେଥିମଧ୍ୟରୁ 35 ଜଣଙ୍କୁ ଜେଲ ପଠାଯାଇଛି । ଏଥିସହିତ ଅବଶିଷ୍ଟ 36 ଜଣଙ୍କ ଭିସା ଯାଞ୍ଚ କରାଯାଉଛି । ଜେଲରେ ଥିବା ଜମାତିଙ୍କ ମଧ୍ୟରେ 30 ଜଣ ବିଦେଶୀ ଏବଂ 5 ଜଣ ଭାରତୀୟ ଅଛନ୍ତି । ଜମାତିଙ୍କୁ କୋର୍ଟ 14 ଦିନ ନ୍ୟାୟିକ ହେପାଜତରେ ଜେଲ ପଠାଇଛନ୍ତି। ଲକଡାଉନ ଉଲ୍ଲଂଘନ ସମେତ ଅନ୍ୟ ଘଟଣାରେସହରର ବିଭିନ୍ନ ପୋଲିସ ଷ୍ଟେସନ ଅଞ୍ଚଳରେ ମାମଲା ରୁଜୁ ହୋଇଛି । ଯେତେବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା, ସେତେବେଳେ ଜଜ ତାଙ୍କ ଚାମ୍ବରରୁ ବାହାରି କୋର୍ଟର ବାହ୍ୟ କମ୍ପାଉଣ୍ଡରେ ଶୁଣାଣି କରିଥିଲେ।

ଗୁରୁବାର ପୋଲିସ 64ଟି ବିଦେଶୀ ଜମାତି ଏବଂ 10 ଜଣ ଭାରତୀୟ ଜମାତିଙ୍କୁ ସାହାଯ୍ୟ କରୁଥିବା 13 ଜଣଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରୁଜୁ କରିଛି । ସରକାରୀ ନିର୍ଦ୍ଦେଶ ଏବଂ ଭିସା ଉଲ୍ଲଂଘନ କରିବା ସହ ଧାରା 188, 269, 270 ଆଇପିସି ଧାରା 51 ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଧାରା 13, 14 ବିଦେଶୀ ଅଧିନିୟମ 1964 ରେ ଏହି କେସ ପଞ୍ଜୀକୃତ ହୋଇଥିଲା। ଏହି ମାମଲାଗୁଡ଼ିକ ଏଶବାଗ, ମଙ୍ଗଲବାରା, ଶ୍ୟାମଲା ପାହାଡ, ପିପ୍ଲାନି ଏବଂ ତାଲୈୟା ପୋଲିସ ଷ୍ଟେସନ ଅଞ୍ଚଳର । ବିଦେଶରୁ ଆସିଥିବା ଏହି ଜମାତିମାନେ ଭୋପାଳରେ ପହଞ୍ଚିବା ପରେ ସ୍ଥାନୀୟ ପୋଲିସକୁ କୌଣସି ସୂଚନା ଦେଇନଥିଲେ। ଏଥିସହ ଲକଡାଉନସମୟରେ ସରକାରୀ ନିର୍ଦ୍ଦେଶର ପାଳନ ମଧ୍ୟ କରାଯାଇନଥିଲା। ଜମାତିମାନେ ଭୋପାଳର ହମିଦିଆ ରୋଡ ଅଞ୍ଚଳ, ଶ୍ୟାମଲା ହିଲ୍ସ ରେ ଲୁଚି ରହୁଥିଲେ।

ଭୋପାଳରେ ରହିବାର ବ୍ୟବସ୍ଥା କରିଥିବା ଭୋପାଳ ପୋଲିସ ତବଲିଗ ଜମାତ ସଦସ୍ୟ, ସଂଗଠନ ସହ ଜଡିତ କିଛି ଭାରତୀୟ ଏବଂ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ କରିଛି । ଭୋପାଳ ପୋଲିସ କହିଛି ଯେ, ଆଇପିସିର ଧାରା 188, 269, 270, ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମର ଧାରା 13, ବିଦେଶୀ ଅଧିନିୟମର ଧାରା 14 ଅନୁଯାୟୀ ସମସ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ABOUT THE AUTHOR

...view details