ଓଡିଶା

odisha

ETV Bharat / bharat

୭୦ବର୍ଷରେ ଭାରତୀୟ ସମ୍ବିଧାନ: ଧାରା ୩୭୦ ଓ ସିଏଏ ବାବଦରେ ଏସପି ସିଂହଙ୍କ ମନ୍ତବ୍ୟ

ଆଉ କିଛିଦିନ ପରେ ଆମେ ଗଣରାଜ୍ୟ ଦିବସ ପାଳିବା। ଏହାର ପ୍ରଥମ ମହତ୍ତ୍ଵ ହେଉଛି ଆମ ସମ୍ବିଧାନକୁ ଆମେ ଦେଶର ଶାସନ ତଥା ଜନ ମଙ୍ଗଳ ପାଇଁ ଲାଗୁ କରିବା ରାସ୍ତାରେ ଆମେ ଆଉ ଏକ ପାଦ ଆଗକୁ ବଢିବା। ଏ ଭିତରେ 69 ପୂରି ଆମ ସମ୍ବିଧାନ ତଥା ଭାରତୀୟ ଗଣତନ୍ତ୍ରକୁ 70 ବର୍ଷ ଛୁଇଁବ। ତେବେ ଏହି ସମୟର କେତେ ସଦୁପଯୋଗ କରିଛୁ? ଆଉ କେଉଁଠି ଅଭାବ ରହିଲା ? ଆଗକୁ ଆମ ଆଗରେ କେଉଁ ସମସ୍ୟା ଉପନୀତ ହେବାକୁ ଯାଉଛି ? ଆସନ୍ତୁ ଜାଣିବା...

SP Singh
୭୦ବର୍ଷରେ ଭାରତୀୟ ସମ୍ବିଧାନ: ଧାରା ୩୭୦ ଓ ସିଏଏ ବାବଦରେ ଆଡ୍‌ଭୋକେଟ୍‌ ଏସ୍‌ ପି ସିଂହଙ୍କ ମନ୍ତବ୍ୟ

By

Published : Jan 23, 2020, 1:45 PM IST

ହାଇଦ୍ରାବାଦ: ଆଉ କିଛିଦିନ ପରେ ଆମେ ଗଣରାଜ୍ୟ ଦିବସ ପାଳିବା। ଏହାର ପ୍ରଥମ ମହତ୍ତ୍ଵ ହେଉଛି ଆମ ସମ୍ବିଧାନକୁ ଆମେ ଦେଶର ଶାସନ ତଥା ଜନ ମଙ୍ଗଳ ପାଇଁ ଲାଗୁ କରିବା ରାସ୍ତାରେ ଆମେ ଆଉ ଏକ ପାଦ ଆଗକୁ ବଢିବା।

୭୦ବର୍ଷରେ ଭାରତୀୟ ସମ୍ବିଧାନ: ଧାରା ୩୭୦ ଓ ସିଏଏ ବାବଦରେ ଆଡ୍‌ଭୋକେଟ୍‌ ଏସ୍‌ ପି ସିଂହଙ୍କ ମନ୍ତବ୍ୟ

ଏ ଭିତରେ 69 ପୂରି ଆମ ସମ୍ବିଧାନ ତଥା ଭାରତୀୟ ଗଣତନ୍ତ୍ରକୁ 70 ବର୍ଷ ଛୁଇଁବ। ପୃଥିବୀ ଇତିହାସରେ ଏଇ ସର୍ବବୃହତ୍‌ ଗଣତନ୍ତ୍ରର ଦୀର୍ଘ ବର୍ଷର ଯାତ୍ରା ନିଶ୍ଚିତଭାବେ ଏକ ମାଇଲଖୁଣ୍ଟ ବୋଲି ବିଚାର ହେବ। ଏ ଭିତରେ ଦେଶବାସୀ ତଥା ବୁଦ୍ଧିଜୀବୀଙ୍କ ଭିତରେ ଏକ ପ୍ରମୁଖ ଅନୁଶୀଳନ ପାଇଁ ମୁହୂର୍ତ୍ତଟିଏ ଉପନୀତ ହୋଇଛି, ତାହା ହେଲା ଆମେ ଏହି ସମୟର କେତେ ସଦୁପଯୋଗ କରିଛୁ? ଆଉ କେଉଁଠି ଅଭାବ ରହିଲା ? ଆଗକୁ ଆମ ଆଗରେ କେଉଁ ସମସ୍ୟା ଉପନୀତ ହେବାକୁ ଯାଉଛି ?

ଇଟିଭି ଭାରତ ପକ୍ଷରୁ ଏନେଇ ସୁପ୍ରିମ୍‌କୋର୍ଟଙ୍କ ବରିଷ୍ଠ ଆଇନଜୀବୀ ତଥା ସମ୍ବିଧାନର ବିଭିନ୍ନ ପୃଷ୍ଠାକୁ ଠିକଣା ଭାବେ ଅନୁଶୀଳନ କରିଥିବା ଏସ୍‌ ପି ସିଂହଙ୍କ ସହ ଆଲୋଚନା ହୋଇଥିଲା। ସେ 70 ବର୍ଷର ପ୍ରମୁଖ ଘଟଣାବଳୀକୁ ଉଲ୍ଲେଖ କରିବା ସହ ବର୍ତ୍ତମାନ ଆଲୋଚନାର ମୁଖ୍ୟ ବିଷୟ ପାଲଟିଥିବା ନାଗରିକତା ସଂଶୋଧନ ନିୟମ ( ସିଏଏ) ଏବଂ ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ପରବର୍ତ୍ତୀ ସ୍ଥିତି ବାବଦରେ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ।

୭୦ବର୍ଷରେ ଭାରତୀୟ ସମ୍ବିଧାନ: ଧାରା ୩୭୦ ଓ ସିଏଏ ବାବଦରେ ଆଡ୍‌ଭୋକେଟ୍‌ ଏସ୍‌ ପି ସିଂହଙ୍କ ମନ୍ତବ୍ୟ

ଶ୍ରୀ ସିଂହ କହିଛନ୍ତି, ଯେଉଁ ପରିବର୍ତ୍ତନ ଆପଣ ଭାରତର ଗଣତନ୍ତ୍ରରେ ଦେଖୁଛନ୍ତି ତାହା ଅବଶ୍ୟମ୍ଭାବୀ ଥିଲା। ‘ଯେତେବେଳେ ଭାରତ ଏହାର ସମ୍ବିଧାନକୁ ପ୍ରଣୟନ କଲା, ସେତେବେଳେ ପ୍ରମୁଖ ଆହ୍ବାନ ଭିତରେ ଥିଲା ଗରିବୀ ତଥା ଦାରିଦ୍ର୍ୟ ହଟାଇବା। ଶାସନରେ ସ୍ଥିରତା ଆଣିବା, ବିଭିନ୍ନ ପ୍ରକାର ବୈଜ୍ଞାନିକ ଟେକ୍ନୋଲୋଜିକୁ ଆପଣାଇବା ଏବଂ ନ୍ୟାୟିକ, ଆର୍ଥିକ, କୃଷି ଓ ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ଆଣିବା ।’

ଆମେ ଏଥିରେ କେତେ ସଫଳ ହୋଇଛୁ? ‘ଯଦି ଆପଣ ପ୍ରତିରକ୍ଷା କ୍ଷେତ୍ରକୁ ଆଲୋଚନା କରିବେ ତେବେ ଆମେ ଯଥେଷ୍ଟ ପ୍ରଗତି ପାଇପାରିଛୁ। ଏହି 70 ବର୍ଷ ସମୟରେ ଆମର ‘ପ୍ରତିରକ୍ଷା ବ୍ୟବସ୍ଥା ବିକଶିତ ରାଷ୍ଟ୍ରଗୁଡିକ ସହ ସମକକ୍ଷ ହୋଇପାରିଛି। ଯଦିଓ ସମକକ୍ଷ ବୋଲି କହିବା ନାହିଁ ତେବେ ଏହା ଅନେକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଯେ ହାସଲ କରିପାରିଛି ତାହାକୁ କେହି ଅସ୍ଵୀକାର କରିବେ ନାହିଁ।’

‘କୃଷି କ୍ଷେତ୍ରକୁ ଦେଖିଲେ ଆମେ ଅନେକ ସଂସ୍କାର ଆଣିପାରିଛୁ। ଭାରତ ଏବେ ଖାଦ୍ୟ ସାମଗ୍ରୀରେ ଆତ୍ମ ନିର୍ଭରଶୀଳ ହୋଇପାରିଛି। ବିଭିନ୍ନ ଦେଶକୁ ଏବେ ଖାଦ୍ୟ ସାମଗ୍ରୀ ରପ୍ତାନୀ ବି କରାଯାଉଛି। ଏହାସହ ଭାରତରେ ଶିଳ୍ପ ମଧ୍ୟ ପ୍ରଗତି କରିଛି।’

୭୦ବର୍ଷରେ ଭାରତୀୟ ସମ୍ବିଧାନ: ଧାରା ୩୭୦ ଓ ସିଏଏ ବାବଦରେ ଆଡ୍‌ଭୋକେଟ୍‌ ଏସ୍‌ ପି ସିଂହଙ୍କ ମନ୍ତବ୍ୟ

ସାମାଜିକ ଭାରସାମ୍ୟ ରକ୍ଷାକୁ ସମ୍ବିଧାନ ନିର୍ମାତା ମାନେ ଯଥେଷ୍ଟ ଗୁରୁତ୍ଵ ଦେଉଥିଲେ। ସେଥିଲାଗି ସମ୍ବିଧାନରେ ଅନେକ ବ୍ୟବସ୍ଥା କରାଯାଇଛି। ଏ କ୍ଷେତ୍ରରେ ଆମେ କେତେ ଅଗ୍ରଗତି କରିଛୁ ବିଷୟରେ ନିଜ ମନ୍ତବ୍ୟ ରଖି ଏସ୍‌ପି ସିଂହ କହିଛନ୍ତି, ‘1950 ପରେ ଭାରତ ନିଜସ୍ଵ ନୀତିକୁ ସାମାଜିକ ବିକାଶ ପାଇଁ ଉପଯୋଗ କରିଥିଲା। ଏହା ଫଳରେ ଅନେକ ବିକାଶ ଆମେ ହାସଲ କରିପାରିଛୁ।’

ଏହାସହ ସେ ଧାରା 370ର ଉଚ୍ଛେଦ ଏବଂ ଜମ୍ମୁ କଶ୍ମୀର ଉପରେ ଏହାର ପ୍ରଭାବ ବାବଦରେ ମଧ୍ୟ ନିଜ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ‘ଜମ୍ମୁ କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସମ୍ବିଧାନର ଧାରା 370 ଅନୁସାରେ ତାହାକୁ ଏକ ସ୍ଵତନ୍ତ୍ର ପାହ୍ୟା ଦିଆଯାଇଥିଲା। ଏହି ବ୍ୟବସ୍ଥା ଅସ୍ଥାୟୀ ଥିଲା। ଏହାର ଉଚ୍ଛେଦ ନିଷ୍ପତ୍ତି ଉଚିତ। କିନ୍ତୁ ଯେଉଁ ବିରୋଧ ଉତ୍ପନ୍ନ ହେଉଛି ସେ ପଛର କାରଣ ହେଲା, ରାଜନୈତିକ ଦଳମାନେ ଏହି ଧାରା ଲାଗୁ ଦ୍ଵାରା ଅନେକ ଫାଇଦା ପାଉଥିଲେ। ଏବେ ଏହି ଧାରା ଉଚ୍ଛେଦ ହେବାକୁ ସେମାନେ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ସେହିପରି ସୁପ୍ରିମ୍‌କୋର୍ଟଙ୍କ ପ୍ରତିବନ୍ଧକ ଏବଂ ନିର୍ଦେଶାବଳୀ କଥାକୁ ଆଲୋଚନା କଲେ ତାହା ବି ଉଚିତ। କାରଣ ପ୍ରତିଟି ପ୍ରତିବନ୍ଧକ ଅସ୍ଥାୟୀ ହୋଇଥାଏ।’

ସିଏଏ ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖି ସିଂହ କହିଛନ୍ତି, ‘ଭାରତର ବିକାଶ ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ଏଥିରୁ ନିବୃତ୍ତ ରହିବା ଦରକାର। ଯେତେବେଳେ ଦେଶରେ ନାଗରିକତ୍ଵ କଥା ଚିନ୍ତା କରାଯାଇ ଏକ ଆଇନ ପାରିତ ହୋଇଥିଲା ସେ ସମୟ ଯଥେଷ୍ଟ ପୁରୁଣା ହେଲାଣି। ଏବେ ବି କିଛି ନୂଆ ବ୍ୟବସ୍ଥା ଏଥିରେ ନାହିଁ।’

1971 ବାଂଲାଦେଶ ସ୍ଵାଧୀନତା ପରେ ଯେଉଁ ଅବସ୍ଥା ସୃଷ୍ଟି ହେଲା ସେତେବେଳେ ସାରା ବିଶ୍ଵ ଉଦ୍‌ବେଗ ପ୍ରକାଶ କରିଥିଲେ। ଆମ ଦେଶର ବିଶିଷ୍ଟ ଜନନାୟକମାନେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରକୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଏଥିନେଇ ସଂସଦ ଆବଶ୍ୟକ ପଦକ୍ଷେପ ନେଉ ବୋଲି ବି ଦାବି କରିଥିଲେ। ନାଗରିକତ୍ଵ, ନାଗରିକତ୍ଵ ପ୍ରଦାନ ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷା ବାବଦରେ କୌଣସି ରାଜନୀତି ହେବା ଅନୁଚିତ। ବିରୋଧୀ ଦଳ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ତଥା ବିରୋଧ ପ୍ରଦର୍ଶନକୁ ବି ମୁଁ ନିନ୍ଦା କରୁନାହିଁ, କାରଣ ସମସ୍ତଙ୍କର ବିରୋଧ ପ୍ରଦର୍ଶନର ଅଧିକାର ରହିଛି। ଅନ୍ୟପକ୍ଷର ମୁଁ ସରକାରଙ୍କ ପଦକ୍ଷେପକୁ ବି ନିନ୍ଦା କରୁନାହିଁ ବୋଲି ସିଂହ କହିଛନ୍ତି।

ABOUT THE AUTHOR

...view details