ପାଟନା: ବିହାରର ପର୍ବତାରୋହୀ ଦଶରଥ ମାଝିଙ୍କୁ କିଏ ବା ନଜାଣେ । ଯିଏକି 22 ବର୍ଷ କଠିନ ପରିଶ୍ରମ କରି 360 ଫୁଟ ଲମ୍ବ, 30 ଫୁଟ ଚଉଡା ଏବଂ 25 ଫୁଟ ଉଚ୍ଚରେ ହାତୁଡ଼ି ଏବଂ ବାରିସି ସାହାଯ୍ୟରେ ପାହାଡ଼ କାଟି ଏକାକୀ ରାସ୍ତା ତିଆରି କରିଥିଲେ । ଏହିପରି ଭାବେ ନିଜ ପରିଶ୍ରମ ଦ୍ବାରା ଗାଁର ଶହ ଶହ ଲୋକଙ୍କ ଅସୁବିଧାକୁ ଦୂର କରିପାରିଛନ୍ତି ଜଣେ 70 ବର୍ଷିୟ ବୃଦ୍ଧ ଲୌଙ୍ଗୀ ଭୂୟାଁ । ଏଭଳି ପରିଣତ ବୟସରେ ପାହାଡ଼କୁ କାଟି ପାଞ୍ଚ କିଲୋମିଟରର ଲମ୍ବା କେନାଲ ତିଆରି କଲେ ଏହି ବୃଦ୍ଧ । ଆଉ ଏଥିପାଇଁ ତାଙ୍କୁ 30 ବର୍ଷ ସମୟ ଲାଗିଥିଲା ।
ବିହାରର ଦ୍ବିତୀୟ ଦଶରଥ ମାଝୀ, ପାହାଡ଼ କାଟି 5 କିମି କେନାଲ କଲେ ବୃଦ୍ଧ - ବିହାରର ଗୟା ନିବାସୀ ଲୌଙ୍ଗୀ ଭୂୟାଁ
30 ବର୍ଷ କଠିନ ପରିଶ୍ରମ କରି ପାହାଡ଼କୁ କାଟି ପାଞ୍ଚ କିଲୋମିଟରର ଲମ୍ବା କେନାଲ ତିଆରି କଲେ ଜଣେ 70 ବର୍ଷିୟ ବୃଦ୍ଧ ଲୌଙ୍ଗୀ ଭୂୟାଁ । ବିହାରର ଗୟା ନିବାସୀ ଲୌଙ୍ଗୀ ଭୂୟାଁଙ୍କ ଏଭଳି କଠିନ ପରିଶ୍ରମ ଏକ ଉଦାହରଣ ସୃଷ୍ଟି କରିଛି, ଯାହା ସର୍ବଦା ସ୍ମରଣୀୟ ରହିବ । ଅଧିକ ପଢନ୍ତୁ...

ବର୍ତ୍ତମାନ ପାହାଡ଼ ଏବଂ ବର୍ଷା ଜଳ କେନାଲ ଦେଇ କ୍ଷେତକୁ ଯାଉଛି । ଏହି କାରଣରୁ ତିନୋଟି ଗାଁର ଲୋକ ଉପକୃତ ହୋଇଛନ୍ତି। ବିହାରର ଗୟା ନିବାସୀ ଲୌଙ୍ଗୀ ଭୂୟାଁଙ୍କ ଏଭଳି କଠିନ ପରିଶ୍ରମ ଏକ ଉଦାହରଣ ସୃଷ୍ଟି କରିଛି, ଯାହା ସର୍ବଦା ସ୍ମରଣୀୟ ରହିବ । କୋଥେଲୱା ଗାଁର ବାସିନ୍ଦା ଲୌଙ୍ଗୀ ଭୂୟାଁ ତାଙ୍କ ପୁଅ, ବୋହୂ ଏବଂ ପତ୍ନୀଙ୍କ ସହ ରୁହନ୍ତି । ବାସ୍ତବରେ, ଏହି ଅଞ୍ଚଳରେ ଜଳ ଅଭାବରୁ ଲୋକମାନେ କେବଳ ମକା ଏବଂ ଚଣା ଚାଷ କରୁଥିଲେ । ଏଭଳି ପରିସ୍ଥିତିରେ ଗାଁର ସମସ୍ତ ଯୁବକ ଚାକିରି ଖୋଜିବା ପାଇଁ ଗାଁରୁ ଚାଲିଯାଉଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ମନକୁ ଆସିଥିଲା ଯେ ଯଦି ଏଠାରେ ଜଳର ବ୍ୟବସ୍ଥା କରନ୍ତି, ତେବେ ଲୋକଙ୍କ ନିଜ ଗାଁ ଛାଡ଼ି ବାହାରକୁ ଯିବା ବନ୍ଦ କରାଯାଇପାରିବ।
ତେବେ 30 ବର୍ଷର କଠିନ ପରିଶ୍ରମ ପରେ ଆଜି କେନାଲ ପ୍ରସ୍ତୁତ ହୋଇଛି । ଯଦ୍ବାରା ସେହି ଅଞ୍ଚଳର ତିନୋଟି ଗାଁର ତିନି ହଜାର ଲୋକ ଉପକୃତ ହେଇଛନ୍ତି। ଏଥି ସହିତ, ଲୌଙ୍ଗୀଙ୍କର ଏଭଳି କାର୍ଯ୍ୟ ସମସ୍ତଙ୍କୁ ପ୍ରଭାବିତ କରିଛି । ଆଜି ତାଙ୍କ ନାମ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ନିଆଯାଉଛି। ଯିଏକି 30 ବର୍ଷ କଠିନ ପରିଶ୍ରମ କରି ପାଞ୍ଚ କିମି ଲମ୍ବର ଏକ କେନାଲ ନିର୍ମାଣ କରି ହଜାର ହଜାର ଲୋକଙ୍କ ଅସୁବିଧାର ସମାଧାନ କରିଛନ୍ତି ।