ନୂଆଦିଲ୍ଲୀ: ଆଉ ସପ୍ତାଶ୍ଚର୍ଯ୍ୟ ଦେଖିବାକୁ ଭାରତବାସୀଙ୍କୁ ବୁଲିବାକୁ ପଡିବନି ସମଗ୍ର ବିଶ୍ବ। ଦିଲ୍ଲୀରେ ଦର୍ଶକ ଦେଖିବେ ଆଗ୍ରାର ତାଜମହଲଠୁ ଆରମ୍ଭ କରି ପ୍ୟାରିସର ଆଇଫିଲ ଟାୱାର। ଏପରିକି ମିଶରର ଆଶ୍ଚର୍ଯ୍ୟକର ପିରାମିଡକୁ ମଧ୍ୟ ଗୋଟିଏ ସ୍ଥାନରେ ଦେଖିବେ ଦର୍ଶକ। ତେବେ ଏହି ପର୍ଯ୍ୟଟନସ୍ଥଳୀକୁ ଖୁବଶୀଘ୍ର ଖୋଲିବାକୁ ଯାଉଛି ଦିଲ୍ଲୀ ମହାନଗର ନିଗମ।
ଭାରତରେ ବିଶ୍ବର ସପ୍ତାଶ୍ଚର୍ଯ୍ୟ - the Eiffel Tower
ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଦ୍ୱାରା ଏକ ସ୍ବତନ୍ତ୍ର ପ୍ରକାରର ପାର୍କର ନିର୍ମାଣ କରାଯାଇଛି। ଏହି ପାର୍କ, ସାଧାରଣ ପାର୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏଥିରେ ସ୍ଥାନ ପାଇଛି ବିଶ୍ବର ସପ୍ତାଶ୍ଚର୍ଯ୍ୟ।

ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ଦ୍ୱାରା ଏକ ସ୍ବତନ୍ତ୍ର ପ୍ରକାରର ପାର୍କର ନିର୍ମାଣ କରାଯାଇଛି। ଏହି ପାର୍କ, ସାଧାରଣ ପାର୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏଥିରେ ସ୍ଥାନ ପାଇଛି ବିଶ୍ବର ସପ୍ତାଶ୍ଚର୍ଯ୍ୟ। ତାହା ପୁଣି କୌଣସି କଂକ୍ରିଟ କି ଇଟା-ପଥରରେ ନୁହେଁ। ଏହି ସବୁ ଢାଞ୍ଚାକୁ ଧାତବ ଆବର୍ଜନା ବା ସ୍କାର୍ବରେ ନିର୍ମାଣ କରାଯାଇଛି।
ଏହି ପାର୍କରେ ତାଜମହଲ, ଆଇଫିଲ୍ ଟାୱାର, ଷ୍ଟେଚ୍ୟୁ ଅଫ୍ ଲିବର୍ଟି, ଦ ଲର୍ଣ୍ଣିଙ୍ଗ ଟାୱାର ଅଫ୍ ପିସ, କ୍ରିଷ୍ଟ ଦ ରେଜିମର ଷ୍ଟେଚ୍ୟୁ, ଗିଜାର ଗ୍ରେଟ୍ ପରାମିଡ ଓ ରୋମର କୋଲୋଜିୟମର ଅବିକଳ ନକଲ ତିଆରି କରାଯାଇଛି। ପ୍ରଥମ ଥର ପାଇଁ ଭାରତର ପାର୍କରେ ଆବର୍ଜନାରେ ତିଆରି ସପ୍ତାଶ୍ଚର୍ଯ୍ୟକୁ ସ୍ଥାନ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ଜନସାଧାରଣଙ୍କ ପାଇଁ ଖୋଲା ଯାଇନାହିଁ । କିନ୍ତୁ ଖୁବଶୀଘ୍ର ଏହାକୁ ଲୋକାର୍ପିତ କରାଯିବ ବୋଲି ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।